Pratidin TV

Odisha's Digital News Platform

ମୋଦି ବନାମ ନବୀନ ୱାର, ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ମୋଦିଙ୍କ ସପକ୍ଷରେ ବାହାରିଲେ ଧର୍ମେନ୍ଦ୍ର ପ୍ରଧାନ | ନବୀନ ପଟ୍ଟନାୟକ ମୋଦିଙ୍କୁ ଦେଇଥିବା ଜବାବରେ ପ୍ରତିକ୍ରିୟା ରଖି ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ | ମୋଦିଙ୍କ ରତ୍ନ ଭଣ୍ଡାର ଚାବି ବିଷୟରେ ପ୍ରଶ୍ନକୁ ପୁନର୍ବାର ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ |

ତେବେ ଗତକାଲି କନ୍ଧମାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସମାଲୋଚନା କରିବାସହ ପ୍ରଶ୍ନ ଉଠାଇଥିଲେ | ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ କି କଣ୍ଟାବାଞ୍ଜିରେ ନିର୍ଵାଭାନ ଲଢ଼ିବାକୁ ଯାଉଛନ୍ତି ତେବେସେଠାରେ ୧0ଟି ଗାଁ ର ନାଁ କହିପାରିବେ କି ? ସେଠାରେ ଥିବା ୧0 ଜଣ ସମ୍ମାନୀୟ ]ନାଗରିକଙ୍କ ନାଁ କହିପାରିବେ କି ? ଆହୁରି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଥିଲେ କି ପୁରୀ ମନ୍ଦିରର ରତ୍ନ ଭଣ୍ଡାର ଚାବି କୁଆଡେ ଗଲା ? ଏହା ପରେ ଯେଉଁ ଡୁପ୍ଲିକେଟ ଚାବି କରାଯାଇଥିଲା ତାହା କୁଆଡେ ଗଲା ? ତେବେ ଏହି ସବୁ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ବହୁତ ବ୍ୟକ୍ତିଗତ ଭାବେ କଥାକୁ ନିଜ ମନକୁ ନେଇଯାଇଛନ୍ତି ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ |

Advertisement

ଆହୁରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସଙ୍ଗକୁ ବ୍ୟକ୍ତଗିଗତ ଭାବେ ନେଇ ମାନ୍ୟବର ମୁଖ୍ୟମନଟି ପ୍ରତିକ୍ରୟାଶୀଳ ଭାବେ ଫୁଲବାଣୀ ଏବଂ ବଲାଙ୍ଗୀରିର ବିଭିନ୍ନ ସଭାରେ ଅପ୍ରଶାସନିକ କଥା କହିଥିଲେ |

ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶ୍ନରେ ଉତ୍ତର ରଖି କହିଥିଲେ, ମୁଖ୍ୟମନ୍ତ୍ରୀ ଯେଉଁ ଓଡିଶ ଭାଷାକୁ ଶାସ୍ତ୍ରୀୟ ଭାଷା ବିଷୟରେ ପ୍ରଶ୍ନ କରିଥିଲେ ତାହା ବିଷୟରେ ମୁଁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆ ଭାଷା ସମ୍ପର୍କରେ କଣ କଣ ଦାୟିତ୍ୱ ତୁଲାଇଛନ୍ତି ତାହା କେନ୍ଦ୍ରମନ୍ତ୍ରୀ କହିଥିଲେ |

ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡିଶା ଶିକ୍ଷା ବିଭାଗ ଗୋଟିଏ ଜାଗା ମାଗିଥିଲେ ରାଜ୍ୟ ସରକାରଙ୍କୁ | ‘ଶାମୁ ଯାହା ଦେଲେ ହରଷେ ପାହୁ ପାହୁ ଗଲା ବରଷେ’ କହି କେନ୍ଦ୍ରମନ୍ତ୍ରୀ କହିଥିଲେ ଏହି ଢଗ ମୁଖ୍ୟମନ୍ତ୍ରୀ ବୁଝିପାରିବେ ନାହିଁ | ଏହାପରେ ସେ କହିଥିଲେ ଜାଗା ବଦଳରେ ୨0୧୯ ମସିହାରେ ଘର ଦିଆଗଲା | ପ୍ରାୟ ୩0 କୋଟି ଟଙ୍କା ଦିଆଯାଇଛି କେବଳ ଭାଷା ସାହିତ୍ୟକୁ ଗବେଷଣା କରିବା ପାଇଁ | ଏହା ମୁଖ୍ୟମନ୍ତ୍ରୀଙ୍କୁ ଆଗରୁ ଅବଗତ କରାଯାଇଥିଲା ବୋଲ;ଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ |

ଏହାସହ ମୁଖ୍ୟମନ୍ତ୍ରୀ ଉଠାଇଥିବା ଗୁଜୁରାଟ କାହିଁକି ୧ ନମ୍ବର ହୋଇନାହିଁ ପ୍ରଶ୍ନରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ତେବେ ଓଡିଶା କଣ ୨ ନମ୍ବର ହୋଇଛି ?ବୋଲି ପ୍ରଶ୍ନ କରିଥିଲେ | ରୋଜଗାର କଥା କହି କେନ୍ଦ୍ରମନ୍ତ୍ରୀ କହିଥିଲେ ଓଡିଶା ରୋଜଗାର କ୍ଷେତ୍ରରେ ତଳ ଆଡୁ ୧ ନମ୍ବର |ସେ ଆହୁରି କହିଥିଲେ ଓଡିଶାରୁ ଏକ ତୃତୀୟଂଶ ଲୋକ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ ରହି କାର୍ଯ୍ୟ କରୁଛନ୍ତି | ଏଥିରେ ଆପଣ ଭାବିନାହଁନ୍ତି |

ଧର୍ମେନ୍ଦ୍ର ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ଆପଣ କିଛି ଜାଣିପାରୁହଂତି | ଆପଣଙ୍କୁ କୁହା କରାଯାଉଛି | ଏବଂ ଆପଣ ଗୋଟେ ପଞ୍ଜୁରୀ ଭିତରେ ଆବଧ ହୋଇ ଅଛନ୍ତି | ଆପଣ ଓଡିଶାଙବାସୀଙ୍କ ପାଇଁ ନ୍ୟାୟ କାରନାହନ୍ତି | ଏହା ଆପଣ ଜାଗୀର ବୋଲି ଭାବୁଛନ୍ତି | ଗଣତନ୍ତ୍ରରେ ଆପଣ ଏପରି ମନ୍ତବ୍ୟ ଦେଇପାରିବେ ଆମେ କିନ୍ତୁ ଏପରି ଡେଇଁପରିବୁ ନାହିଁ ବୋଲି କହିଥିଲେ |

Leave a Reply

Your email address will not be published. Required fields are marked *