Pratidin TV

Odisha's Digital News Platform

ମୋଦିଙ୍କୁ ପୁଟିନଙ୍କ ଭବ୍ୟ ସ୍ୱାଗତ ,ସାଙ୍ଗ ହୋଇ ଖାଇଲେ, କାର୍‌ରେ ବୁଲିଲେ 

1 min read

ଡିନର ଟେବଲରେ ମୋଦିଙ୍କ ସହ ପୁଟିନ | ଦୀର୍ଘ ୫ ବର୍ଷ ପରେ ରୁଷ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇହିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ବାସଭନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରିଥିଲେ | ଯେଉଁଠାରେ ଦୁହେଁ ମିଶି ରାତ୍ରି ଭୋଜନ କରିବା ସହ ଅନେକ ସାରା କଥାବାର୍ତ୍ତା ମଦାୟ ହୋଇଛନ୍ତି |

ତେବେ ଆଜି ମୋଦି ରୁଷ ରାଷ୍ଟ୍ରପତିଙ୍କ ସହ ୨୨ ତମ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଥିବା ସମୟରେ ଏଥିରେ ବେଶ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ | କିନ୍ତୁ ଗତକାଲି ମସ୍କୋ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଓହ୍ଲାଇବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଥିଲା |

ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋ ସ୍ୱାଗତ କରିଥିଲେ | ବିମାନ ବନ୍ଦରରେ ଗ୍ରାଣ୍ଡ ୱେଲକମ ପରେ ପ୍ରଧାନମନ୍ତ୍ରୀ ମୋଦି ହୋଟେଲରେ ପହଁଞ୍ଚିଥିଲେ | ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ କଳାକାରମାନେ ମଧ୍ୟ ଉପସ୍ଥିତ ଥିଲେ | ଏହି ସମୟରେ ଡେ଼ପ୍ୟୁଟି ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ଥିଲେ | ଏପରିକି ପ୍ରଧାନମନ୍ତ୍ରୀ ମୋଦି ମସ୍କୋର ଦ କଲେକଟନ ହୋଟେଲରେ ପହଞ୍ଚିବା ପରେ କିଛି ପିଲାଙ୍କୁ ଭେଟିଥିଲେ ଏବନପ୍ରବେଶି ଭାରତୀୟଙ୍କ ସହ କଥାବାର୍ତ୍ତା ହୋଇଥିଲେ |

ଏହାପରେ ଯେତେବେଳେ ପୁଟିନ ନିଜ ବାସଭବନକୁ ଡିନର ପାଇଁ ଡକାଇଥିଲେ ଏହାର ଫଟୋ ମଧ୍ୟ ବେଶ ଭାଇରାଲ ହେଉଛି | ତେବେ ଯାହା ଜଣାପଡିଛି ପ୍ରଧାନମନ୍ତ୍ରୀଙ୍କୁ ପୁଟିନ ଅନେକ ସାରା ଗୁପ୍ତ କଥା କହିଛନ୍ତି | ସେ କହିଛନ୍ତି, ଭାରତ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି ଓ ଜନସଂଖ୍ୟା କ୍ଷେତ୍ରରେ ବଡ ଦେଶ ସାବ୍ୟସ୍ତ ହୋଇଛି | ଏହାଛଡା ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଉଛି ଭାରତରେ ପ୍ରତିବର୍ଷରେ ୨୩ କୋଟି ଛୁଆ ଜନ୍ମ ହେଉଛନ୍ତି | ଏହାର ଅର୍ଥ ହେଉଛି ଭାରତ ନିଜର ଭବିଷ୍ୟତ ପାଇଁ ଅନେକ ସାରା ଯୋଜନା କରିଛି ଏବଂ ଭବିଷ୍ୟତ ଆପି ସୁରକ୍ଷିତ ଅଛି | ମୋଦିଙ୍କୁ ମଧ୍ୟ କହିଥିଲେ ମୁଁ ଆପଣଙ୍କୁ ଦେଖି ବହୁତ ଖୁସି | ଆପଣଙ୍କ ଜୀବନ ଲୋକଙ୍କ ଖୁସି ପାଇଁ ସମର୍ପିତ | ଏହି କଥାରେ ମୋଦି କହିଥିଲେ, ମିତ୍ର ମୁଁ ତୁମ ପାଖକୁ ଆସି ବହୁତ ଖୁସି |

ତେବେ ଆଜି ଦ୍ୱିପାକ୍ଷିକ ବୈଠକରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଶକ୍ତି, ପ୍ରତିରୋଧ, ପୁଞ୍ଜିନିବେଶ, ବାଣିଜ୍ୟ, ଓ ପର୍ଯ୍ୟଟନ କ୍ଷେତ୍ର ଉପରେ ଆଲୋଚନା ହେବ | ଏହାଛଡା ରୁଷ-ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ମୁକ୍ତ କରିବା ପାଇଁ ପ୍ରସଙ୍ଗ ଉଠାଇପାରନ୍ତି ମୋଦି |

Leave a Reply

Your email address will not be published. Required fields are marked *