Pratidin TV

Odisha's Digital News Platform

ଏହି ସ୍ୱତନ୍ତ୍ର ଟ୍ରେନରେ ପୋଲାଣ୍ଡରୁ ୟୁକ୍ରେନ୍ ଯିବେ ମୋଦୀ , ଜେଲେନସ୍କିଙ୍କୁ ଭେଟି କରିବେ ବଡ ଆଲୋଚନା ।

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବିଶେଷ କାରଣ ପାଇଁ ପୋଲାଣ୍ଡ ଗସ୍ତ କରିଛନ୍ତି । ତେବେ ଆଜି ମୋଦୀ ପୋଲାଣଯଡରୁ କାମ ସାରି ୟୁକ୍ରେନ୍ ଯିବେ । ଋଷ୍ –ୟୁକ୍ରେନ୍‌ର ଚାଲିଥିବା ଯୁଦ୍ଧ ମଧ୍ୟରେ ଏହା ମୋଦୀଙ୍କ ପ୍ରଥମ ୟୁକ୍ରେନ୍ ଗସ୍ତ।

ଆଜି ପୋଲାଣ୍ଡରୁ (ରେଲ୍ ଫୋର୍ସ ୱାନ୍ ) ନାମକ ସ୍ୱତନ୍ତ୍ର ଟ୍ରେନରେ ୟୁକ୍ରେନ୍ ରାଜଧାନୀ କିଭ୍‌କୁ ଯିବେ ମୋଦୀ । ଏହି ଟ୍ରେନରେ ଦୀର୍ଘ ୬୦୦ କିଲୋମିଟର ଯାତ୍ରା କରିବେ ସେ । କିଭରେ ମୋଦୀଙ୍‌କୁ ପହଞ୍ଚାଇବାକୁ ପାଖାପାଖି ୧୦ ଘଣ୍ଟା ସମୟ ନେବ ଏହି ସ୍ୱତନ୍ତ୍ର ଟ୍ରେନ୍ । ଆଉ ଏହି ଟ୍ରେନରେ ହିଁ ମୋଦୀ ପୁନ ଫେରିବେ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ଡିଜାଇନ୍ କରାଯାଇଛି । ଟ୍ରେନକୁ ସମ୍ପୂର୍ଣ୍ଣ ରୂପେ ବୁଲେଟ୍ ପ୍ରୁଫ୍ ସହ ବୋମା ନିରୋଧି କରାଯାଇଛି । ତାଛଡା ଏହି ଟ୍ରେନକୁ ଅତ୍ୟନ୍ତ ବିଳାସପୂର୍ଣ୍ଣ ମଧ୍ୟ କରାଯାଇଛି । ଦୀର୍ଘ ୩୦ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଗସ୍ତରେ ଯାଉଛନ୍ତି । ଏହାପୂର୍ବରୁ ଗତ ମାସରେ ଋଷିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ମସ୍କୋର ରାଷ୍ଟ୍ରପତି ଭ୍ଲାମିଦାର ପୁଟିନଙ୍କ ସହ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *