Pratidin TV

Odisha's Digital News Platform

କମ୍ପିବ ପ୍ରଚାର , ଭୁବନେଶ୍ୱରରେ ରୋଡ୍ ଶୋ କରିବେ ମୋଦୀ..

ଭୁବନେଶ୍ୱରରେ ମୋଦୀ କରିବେ ହାଇଭୋଲଟେଜ ପ୍ରଚାର । ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ କରିବେ ରୋଡ ଶୋ । ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରେ ଆୟୋଜିତ ହେବ ମୋଦୀଙ୍କ ରୋଡ ଶୋ । ଏହି ଶୋ ମାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ ।

ସେହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଏହି ରୋଡ ଶୋରେ ବହୁ ସଂଖ୍ୟାର ନେତା ଓ କର୍ମୀ ଏବଂ ସାଧାରଣ ଜନତା ଯୋଗଦେବେ । ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ସେ ଲୋକଙ୍କୁ ଏହି ଅପିଲ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *