Pratidin TV

Odisha's Digital News Platform

ରାଜଧାନୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ରୋଡ୍ ସୋ କରିବେ ମୋଦି ।

1 min read

ରାଜଧାନୀ ଭୁବନେଶ୍ୱରରେ ଫୁଟିବ ପଦ୍ମ । ଆସନ୍ତା ୧୨ ତାରିଖରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଳିଥିବା ସୂଚନା ଅନୁଯାୟୀ ମୋଦି ୧୨ ତାରିଖ ଅପରାହ୍ନରେ ଭୁବନେଶ୍ୱରର ଜୟଦେବ ବିହାର ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ କରିବେ । ଏହା ସହ ଜନତା ମଇଦାନରେ ପ୍ରେସମିଟ୍ ମଧ୍ୟ କରିବେ ମୋଦି ।

ସେହିଦିନହିଁ ଓଡିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅମିତ ଶାହା, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମାଙ୍କ ଭଳି ନେତା ଓଡିଶା ଆସିବେ ବୋଲି ଜଣାପଡିଛି । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୋଦୀ ଭୁବନେଶ୍ୱରରେ ରୋଡ୍ ସୋ କରିବେ ।

Advertisement

ବିଜେଡିର ଗଡ କୁହାଯାଉଥିବା ଓଡିଶାରେ ଏଥର ପଦ୍ମ ମାରିଛି ବାଜି । ଦୁର୍ବଳ ପଡିଯାଇଛନ୍ତି ଶଙ୍ଖର ନେତା । ରାଜ୍ୟରେ ବଡ ପରିବର୍ତ୍ତନକୁ ନେଇ ବିଜେପି ସରକାର ଦେଖାଇଛନ୍ତି ବଡ ବଡ ସ୍ୱପ୍ନ । କିନ୍ତୁ ଦେଖିବା ବାକି ରହିଲା ଯେ ଆଗାମୀ ୫ ବର୍ଷରେ ଓଡିଶାରେ କି କି ପରିବର୍ତ୍ତନ ଆଣୁଛି ବିଜେପି ସରକାର ।

Leave a Reply

Your email address will not be published. Required fields are marked *