Pratidin TV

Odisha's Digital News Platform

ଏଥର ମୋଦି ହେବେ ନାହିଁ ପ୍ରଧାନ ମନ୍ତ୍ରୀ : ସଞ୍ଜୟ ରାଉତ

1 min read

iûeû ù\gùe ଦେଶରେ ସରିଛି ଚତୁର୍ଥ ପଯ୍ୟାୟ ନିର୍ବାଚନ ।  ତେବେ ବାକିଥିବା ନିର୍ବାଚନ ପର୍ଯ୍ୟାୟ ନିର୍ବାଚନ ଗୁଡ଼ିକ ଲାଗି ଏବେ ଜୋରାଦାର ପ୍ରଚାର କରୁଛନ୍ତି ନେତା । ତାହାରି ମଧ୍ୟରେ ଦଳ ଦଳ ମଧ୍ୟରେ ଚାଲିଛି ବାକ ଯୁଧ୍ୟ   । ପରସ୍ପର କୁ ନେଇ ଦେଉଛନ୍ତି ବିବାଦୀୟ ଟିପ୍ପଣୀ । ଏହାରି ମଧ୍ୟରେ  ଅଜିତ ପାୱାର ଦଳର ନେତା ସୁନୀଲ ତଟକରେ ଏକ ଗଣମାଧ୍ୟମରେ ସାକ୍ଷାତକାର ଦେଇ  ଦାବି କରିଛନ୍ତି ଯେ ‘ଉଦ୍ଧବ ଠାକରେ ବିଜେପିରେ ଯୋଗଦେବାକୁ ଚାହୁଁଛନ୍ତି’ । ଏବେ ତାଙ୍କର ଏଭଳି ବୟାନ ପରେ ଦେଶରେ ରାଜନୈତିକ ମାହୋଲ ଆହୁରି ଉଷ୍ମ ହୋଇଛି  ।

ଅନ୍ୟପଟେ ଶିବସେନା ଏମପି ସଞ୍ଜୟ ରାଉତ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଉତ କହିଛନ୍ତି ଯେ ଉଦ୍ଧବ ଠାକରେ ତାଙ୍କ କଥାରେ ଷ୍ଟିକ କରନ୍ତି । ଶିବସେନା ଆଦୌ ବିଜେପି ସହ ଯିବାକୁ ଚାହୁଁନାହାଁନ୍ତି । ସୁନୀଲ ତଟକରେଙ୍କ ଦାବି ଭୁଲ ଅଟେ ବୋଲି ସଞ୍ଜୟ କହିଛନ୍ତି । ରାଉତ ତଟକରେଙ୍କ ଦାବିକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରି  ତାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି । ଜୁନ ୪ପରେ ବିଜେପିର ଏକତା ପରୀକ୍ଷା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Advertisement

ଇତିମଧ୍ୟରେ ମୋଦି ଆଉ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ସଞ୍ଜୟ ରାଉତ ଦାବି କରିଛନ୍ତି । ରାଉତ ଆହୁରି କହିଛନ୍ତି ଯେ କ୍ଷମତାର ଅପବ୍ୟବହାର କରି କାହାକୁ ଜେଲରେ ରଖାଯାଇପାରିବ, କିନ୍ତୁ ଏହା ସ୍ଥାୟୀ ନୁହେଁ । ସେ ଏକନାଥ ଶିନ୍ଦେ ଏବଂ ଅଜିତ ପାୱାରଙ୍କୁ ‘ବୁଲବୁଲେ’ ସହିତ ତୁଳନା କରି ବିଜେପିର ଏକତା ଉପରେ ପ୍ରଶ୍ନ ଉଠାଇଥିଲେ । ସେ ଦାବି କରିଛନ୍ତି ଯେ ଶିନ୍ଦେ ଏବଂ ପାୱାର ନିର୍ବାଚନରେ କୌଣସି ଆସନ ପାଇବେ ନାହିଁ ଏବଂ ସେମାନଙ୍କ ଦଳ (ଏମଭିଏ) ୩୦ ରୁ ୩୫ ଟି ଆସନ ଜିତିବ ।

Leave a Reply

Your email address will not be published. Required fields are marked *