Pratidin TV

Odisha's Digital News Platform

ଜୁନ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି

1 min read

ଆସିଲା ମୋଦି ୩.0 | ପୁଣି ଠାରେ ହେବେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | କ୍ରମାଗତ ଭାବେ ତୃତୀୟ ଥର ପାଇଁ ଦେଶରେ ନରନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି | ଆସନ୍ତା ଜୁନ୍‌ ୮ ତାରିଖ ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି |

ସୂଚନା ଅନୁଯାୟୀ ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ ସେତେଟା ଭଲ କାମ କରିନଥିଲା | କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ଦେଶରେ ସରକାର ଗଢିବାକୁ ଯାଉଛି। ତେବେ ଗତ ୨ଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନଥିଲେ ମଧ୍ୟ NDA ୨୯୦ରୁ ଅଧିକ ଆସନ ହାତେଇବାରେ ସଫଳ ହୋଇଛି।

Advertisement

ପ୍ରଧାନମନ୍ତ୍ରୀ ମୋଦି NDA ୪୦୦ ପାର୍‌ ସ୍ଲୋଗାନର ନାରା ଲଗାଉଥିଲା । କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ତାଙ୍କର ‘୪୦୦ ପାର୍’ ସ୍ୱପ୍ନକୁ ଧୂଳିସାତ କରିଦେଇଛି। ୪୦୦ ପାର୍ ଦୂରର କଥା ଏନ୍‌ଡିଏ ଏଥର ୩୦୦ ମଧ୍ୟ ଛୁଇଁ ପାରିନାହିଁ।

ତେବେ ସାରାକର ଗଢିବାକୁ ହେଲେ ମ୍ୟାଜିକ୍‌ ନମ୍ବର ୨୭୨ ରହିଛି | କିନ୍ତୁ ବିଜେପି ମାତ୍ର ୨୪୧ ଟି ଆସନ ପାଇଛି | ତେଣୁ ସରକାର ଗଠନ ପାଇଁ ବିଜେପିକୁ ଏହାର ସହଯୋଗୀ ଦଳଙ୍କ ସମର୍ଥନର ସହଯୋଗ ନେବାକୁ ପଡିଛି |

Leave a Reply

Your email address will not be published. Required fields are marked *