Pratidin TV

Odisha's Digital News Platform

ଜୁନ ୮ରେ ମୋଦି ନେବେ ଶପଥ, ତେବେ ଏହି ସଂଖ୍ୟା ପଛରେ କ’ଣ ରହିଛି ରହସ୍ୟ ?

1 min read

ନରେନ୍ଦ୍ର ମୋଦି କ୍ରମମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ତେବେ ଜୁନ ୮ ସନ୍ଧ୍ୟାରେ ମୋଦିଙ୍କ ରହିଛି ଶପଥ ଗ୍ରହଣ ସମାରୋହ | ତେବେ ଏହା ପ୍ରଶ୍ନ ଉଠୁଛି ଜୁନ ୮ ତାରିଖରେ କାହିଁକି ମୋଦି ନେବେ ଶପଥ | ୮ ତାରିଖରେ ପଛରେ କ’ଣ ରହିଛି ରହସ୍ୟ ?

ଚଳିତ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି NDA । ଯାହାଫଳରେ କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ତେବେ ନୂଆ ସରକାର ଶପଥ ଗ୍ରହଣ ତାରିଖ ଓ ସମୟ ମଧ୍ୟ ସ୍ଥିର କରାଯାଇଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ମୋଦି ଜୁନ ୮ରେ ନେବେ ଶପଥ | ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରମୁଖ କାର୍ଯ୍ୟରେ ୮ ନମ୍ବର ଚୟନ କରିଛନ୍ତି | କିନ୍ତୁ ସଂଖ୍ୟା ବିଜ୍ଞାନରେ ୮ର ମହତ୍ତ୍ୱ କ’ଣ ?

Advertisement

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ‘ସଂଖ୍ୟା ୮କୁ ସାଂଖ୍ୟ ଗଣିତରେ ଶନି ଗ୍ରହକୁ ସୂଚିତ କରେ ଏବଂ ୮ ମଧ୍ୟ ନ୍ୟାୟର ପ୍ରତୀକ ବୋଲି କୁହାଯାଏ । ସଂଖ୍ୟା ୮ ମଧ୍ୟ ରାଜଯୋଗର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଏହା ଦ୍ବାରା ବଡ଼ ବଡ଼ ଶତ୍ରୁ ମଧ୍ୟ ପରାସ୍ତ ହୋଇଥାନ୍ତି । ’

ତେବେ ଦେଖିବାକୁ ଗଲେ, ମୋଦି ୧.0 ରେ ସବୁଠାରୁ ବଡ ନିଷ୍ପତ୍ତି ମଧ୍ୟରୁ ବିମୁଦ୍ରୀକରଣ ନଭେମ୍ବର ୮ରେ ରାତି ୮ ଟାରେ ଘୋଷଣା କରାଯାଇଥିଲା । ସେ ମଧ୍ୟ ୨୬ ସେପ୍ଟେମ୍ବର ୨୦୧୫ରେ ଡିଜିଟାଲ୍ ଇଣ୍ଡିଆ ଡ୍ରାଇଭ୍ ମଧ୍ୟ ଲଞ୍ଚ କରିଥିଲେ ମୋଦି । ତାରିଖ ସଂଖ୍ୟା ୨ + ୬କୁ ମିଶାଇଲେ ଓ ମସିହା ସଂଖ୍ୟା ୨+୦+୧+୫କୁ ମିଶାଇଲେ ସଂଖ୍ୟା ୮ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ତାରିଖ ମଧ୍ୟ ୧୭ ସେପ୍ଟେମ୍ବର । ଯାହାକୁ ମିଶାଇଲେ ମଧ୍ୟ ୮ ହେଉଛି । ୨୬ ଜାନୁଆରୀ ଭାରତର ଗଣତନ୍ତ୍ର ଦିବସ, ଯାହାକୁ ମିଶାଇଲେ (୨ + ୬ ) ମଧ୍ୟ ୮ ହେଉଛି । ୨୦୨୪ ସହିତ ଏକ ଅଦ୍ଭୁତ ସଂକେତ ମଧ୍ୟ ଅଛି: ବର୍ଷର ସଂଖ୍ୟା (୨ + ୦ + ୨ + ୪) ଯାହାକୁ ମିଶାଇଲେ ମଧ୍ୟ ୮ ହେଉଛି ।

ଜ୍ୟୋତିଷ ବିଦ୍ୟାରେ ଏହା ମଧ୍ୟ ଜଣାଯାଏ, ଯେହେତୁ ୮ ହେଉଛି ଶନିଙ୍କ ପ୍ରତୀକ ତେଣୁ ଏହାର ପ୍ରଭାବରେ ଥିବା ଲୋକ ନିଜ କାର୍ଯ୍ୟରେ ନୈତିକ ଭାବିରେ ଦୃଢ ରହିବ ଆବଶ୍ୟକ | ନଚେତ ଯେଉଁମାନେ ଅନୈତିକ ଭାବିର ସହ କାର୍ଯ୍ୟ କରନ୍ତି ସେମାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ |

ତେବେ ଆସନ୍ତାକାଲି ଜୁନ ୮ ସନ୍ଧ୍ୟାରେ ରହିଛି ମୋଦିଙ୍କ ଶପଥ ଗ୍ରହଣ ସମାରୋହ | ଏଥିରେ ଭାରତର ପଡୋଶୀ ଦେଶ ଭିଭିଆଇପି ନେତା ରହିଛନ୍ତି ନିମନ୍ତ୍ରଣ |

Leave a Reply

Your email address will not be published. Required fields are marked *