Pratidin TV

Odisha's Digital News Platform

ଆଜି ସନ୍ଧ୍ୟାରେ ଶପଥ ନେବେ ମୋଦି, ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ? ମନ୍ତ୍ରୀ ପଦ ପାଇଁ ଗଲା ଫୋନ କଲ

1 min read

ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଷ୍ଟ୍ରପତି ଭବନରେ ହୋଇଛି ଭବ୍ୟ ଆୟୋଜନ ।

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଇସିନା ହିଲରେ ଭବ୍ୟ ଆୟୋଜନ। ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ଶପଥ ନେବେ। ମୋଦିଙ୍କୁ ୨୦୧୪ରେ ପ୍ରଣବ ମୁଖାର୍ଜୀ ଓ ୨୦୧୯ରେ ରାମନାଥ ଗୋବିନ୍ଦ ଶପଥ ପାଠ କରାଇଥିବା ବେଳେ, ଏଥର ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisement

ଆଜି ଶପଥ ଗ୍ରହଣ ସମୟରେ କ୍ୟାବିନେଟ ମନ୍ତ୍ରୀ ନେବେ ଶପଥ | ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କ’ଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଚର୍ଚ୍ଚା ଯେ, ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିପାରନ୍ତି।

ମିଳିଥିବା ସୂଚନା ଆଧାରରେ, ଏହା ମଧ୍ୟରେ ନେତା ମାନଙ୍କୁ କ୍ୟାବିନେଟରେ ସାମିଲ ହେବାକୁ ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ଏମ୍‌ପିମାନେ କଲ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି ଏମ୍‌ପି ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜରାପୁ ରାମ ମୋହନ ନାଇଡୁଙ୍କୁ ଫୋନ୍‌ ଯାଇଛି। ଏହା ବ୍ୟତୀତ ଜେଡିଏର ରାଜ୍ୟ ସଭା ଏମ୍‌ପି ରାମ ନାଥ ଠାକୁର, ଚିରାଗ ପାସଓ୍ବାନ, ସର୍ବାନନ୍ଦ ସୋନୋଓ୍ବାଲ, ଅର୍ଜୁନ୍‌ ରାମ ମେଘଓ୍ବାଲ, ନୀତୀନ ଗଡ଼କରୀ, ଏଚ୍‌ଡି କୁମାରସ୍ବାମୀ, ଜୟନ୍ତ ଚୌଧୁରୀ, ଶିବରାଜ ଚୌହାନ, ସର୍ବାନନ୍ଦ ସୋନୱାଲ, ବାସଭରାଜ ବୋମ୍ମାଇଙ୍କୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଫୋନ୍‌ ମିଳିଛି। ଏହି ସମସ୍ତ ନେତାଙ୍କୁ ମୋଦି ୩.୦ କ୍ୟାବିନେଟରେ ସାମିଲ କରାଯାଇପାରେ।

ସୂଚନା ଆଧାରରେ, ଜେପି ନେତା ପିୟୁଷ ଗୋଏଲ୍‌, ରାଜନାଥ ସିଂହ, ନୀତୀନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେଡିଏସ୍‌ ନେତା କୁମାର ସ୍ୱାମୀ, ଅପ୍‌ନା ଦଳ ନେତା ଅନୁପ୍ରିୟା ପଟେଲଙ୍କ ବ୍ୟତୀତ ଜେଡିଏର ରାଜ୍ୟସଭା ସାଂସଦ ରାମ ନାଥ ଠାକୁରଙ୍କୁ ମଧ୍ୟ କଲ୍ କରାଯାଇଛି। ଏହା ସହିତ ହାମ୍‌ ନେତା ଜିତନ ରାମ ମାଂଝୀ, ସର୍ବାନନ୍ଦ ସୋନୋଓ୍ୱାଲ, ଅର୍ଜୁନ୍‌ ରାମ ମେଘଓ୍ୱାଲ,ଜୟନ୍ତ ଚୌଧୁରୀ, ଶିବରାଜ ଚୌହାନ, ସର୍ବାନନ୍ଦ ସୋନୱାଲ, ବାସଭରାଜ ବୋମ୍ମାଇ, ମନୋହର ଲାଲ ଖଟ୍ଟରଙ୍କୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଫୋନ୍‌ ମିଳିଛି। ଏହି ସମସ୍ତ ନେତାଙ୍କୁ ମୋଦି ୩.୦ କ୍ୟାବିନେଟରେ ସାମିଲ କରାଯାଇପାରେ।

ଅନ୍ୟପକ୍ଷରେ ଏନଡିଏର ବିଭିନ୍ନ ପ୍ରତିନିଧୀଙ୍କୁ ନୂତନ ପରିଷଦରେ ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ଏବଂ ସହଯୋଗୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅମିତ ଶାହ ଏବଂ ରାଜନାଥ ସିଂଙ୍କ ସହିତ ବିଜେପି ସଭାପତି ଜେପି ନଡ୍ଡା, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏବଂ ଶିବସେନାର ଏକନାଥ ସିନ୍ଦେଙ୍କ ସହ ମନ୍ତ୍ରୀ ପରିଷଦରେ ଭାଗ ନେବା ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ନାମଗୁଡିକ ଚୂଡାନ୍ତ ହୋଇଛି ଏବଂ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି।

ତେବେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଥିବା ବେଳେ, ତାଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି ।

Leave a Reply

Your email address will not be published. Required fields are marked *