Pratidin TV

Odisha's Digital News Platform

ରାଗରେ ମୋଦିଙ୍କ ଆଟାକକୁ ନବୀନଙ୍କ କାଉଣ୍ଟର ଆଟାକ୍…କହିଲେ ୨୪ ବର୍ଷରେ ମୋର କ’ଣ ମନେ ଅଛି, ଓଡ଼ିଶାବାସୀ ଜାଣିଛନ୍ତି’

1 min read

ଓଡ଼ିଶାର ନବକଳେବରରେ ମୁଖ୍ୟ ଯୋଦ୍ଧା ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଯେତେବେଳେ କର୍ତ୍ତବ୍ୟ, ନିଷ୍ଠପରତା ଓ ଦାୟିତ୍ୱ ଉପରେ ଭିତ୍ତିହୀନ ପ୍ରଶ୍ନବାଚୀ ସୃଷ୍ଟି ହେଲା ସେହି ସମୟରେ ହଗାଥାଟ ରାଗିଗଲେ ମୁଖ୍ୟମନ୍ତ୍ରୀ ନବୀନ | ଆଉ ଓଡିଶାବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀଙ୍କୁ ଦୋଷୀ ସାବସ୍ତ୍ୟ କରିବା ପାଇଁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଉଣ୍ଟର ଆଟାକ କଲେ |

ତେବେ ଏକ ଭିଡ଼ିଓ ଜାରି କରି ଗୋଟି ଗୋଟି କରି ଦୀର୍ଘ ୧0 ବର୍ଷର ହିସାବ ଦେଇଦେଲେ | ତେବେ ତାଙ୍କ ଏହି କଥାସମୟରେ ୨ଟି ଭାବି ବେଶୀ ପରଖି ଉଠିଥିଲା | ଗୋଟେ ପଟେ ଓଡିଶାବାସୀଙ୍କ ପାଇଁ ଥିବା ଭଲ ପାଇବା ଓ ଅନ୍ୟପଟେ ଓଡିଶାକୁ ମିଛ ପ୍ରତିଶୃତି ଦେଇ ହଟାଇବାକୁ ଚେଷ୍ଟା କରୁଥିବା କେନ୍ଦ୍ର ସରକାରଙ୍କ ଉପରେ ଥିବା ରାଗ | ଯାହା ବର୍ତ୍ତମାନ ରାଜନୀତିକ ସମୀକ୍ଷକମାନେ ମଧ୍ୟ ଆଲୋଚନା କରୁଛନ୍ତି |

Advertisement

ତେବେ କନ୍ଧମାଳ ବିଜେପି ଜନସଭାରେ ପ୍ରଧାନମନ୍ତ୍ରୀ ଯେପରି ବିଜେଡି ସରକାର ଏବଂ ରାଜ୍ୟର ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲେ ଏହାର ଜବାବ ରଖିଥିଲେ ମୁଖ୍ୟମନ୍ତ୍ରୀ | ମୋର କଣ ମାନେ ଅଛି କି ନାହିଁ ତାହା ଓଡ଼ିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି | କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ କେତେ ମନେ ରଖିଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି |

ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ହେଲାପରେ ବି ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତକୁ ହଜାରେ କୋଟି ଟଙ୍କା, ଓଡ଼ିଆ ଭାଷାକୁ ଶୂନ । କେତେ ନାଁ ଆଜି ଆପଣ ବି କହିଲେ । କେହି ଜଣେ ହେଲେ ଭାରତ ରତ୍ନ ପାଇଁ କ’ଣ ଠିକ୍ ଲାଗିଲେ ନାହିଁ । ଆପଣ ସଂସ୍କୃତ ଭାଷା ବିକାଶ ପାଇଁ ୧ ହଜାର କୋଟି ଦେଲେ କିନ୍ତୁ ଓଡ଼ିଆ ଭାଷା ବିକାଶ ପାଇଁ ଆପଣ ଟିକିଏ ମଧ୍ୟ ଟଙ୍କା ସହାୟତା ଦେଲେ ନାହିଁ ବୋଲି କାଉଣ୍ଟର କରିଛନ୍ତି ନବୀନ ପଟ୍ଟନାୟକ | ଓଡ଼ିଶୀ ସଙ୍ଗୀତକୁ ଭୁଲିଗଲେ । ମୁଁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଦୁଇଥର ପ୍ରସ୍ତାବ ପଠାଇଥିଲି । ଆପଣ ଦୁଇଥର ପ୍ରତ୍ୟାଖ୍ୟାନ କଲେ । କେବଳ ସେତିକି ନୁହେଁ ଭାରତ ରତ୍ନକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ |

ଓଡ଼ିଶାରେ ବହୁ ବରପୁତ୍ର ଅଛନ୍ତି । କେତେ ନାଁ ଆଜି ଆପଣ ବି କହିଲେ । କିନ୍ତୁ କାହାକୁ ଦେବାକୁ ଯୋଗ୍ୟ ଭାବିଲେ ନାହିଁ | କେହି ଜଣେ ହେଲେ ଭାରତ ରତ୍ନ ପାଇଁ କ’ଣ ଠିକ୍ ଲାଗିଲେ ନାହିଁ । ଆପଣ ଭାରତ ରତ୍ନ ବାଣ୍ଟିବା ବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ କେମିତି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ।

କେବଳ ସେତିକି ନୁହେଁ MSB ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ନବୀନ ପଟ୍ଟନାୟକ | ଆପଣ ଚାଷୀମାନଙ୍କ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ୨ ଗୁଣା କରିବେ ବୋଲି ପ୍ରତିଶୃତି ଦେଇଥିଲେ | କିନ୍ତୁ କ୍ଷମତାକୁ ଆସିବା ପରେ ଭୁଲିଗଲେ ଆପଣ ଓଡିଶାବାସୀଙ୍କ ପାଇଁ କୋଷ୍ଟାଲ ହାଇୱେ କରିବାକୁ ଦେଇଥିଲେ ପ୍ରତିଶୃତି | ସେହିପରି କୋଏଲା ରୋୟାଲ୍ଟିକୁ ନେଇ ମଧ୍ୟ ଟାର୍ଗେଟ କରିଥିଲେ | ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି । କିନ୍ତୁ ରୟାଲଟି ବଢ଼ାଇବାକୁ ୧୦ବର୍ଷ ହେଲା ଭୁଲିଗଲେ | ନବୀନ ଏହାମଧ୍ୟ କହିଛନ୍ତି କେବଳ ନିର୍ବାଚନ ସମୟରେ ଓଡିଶାକୁ ମନେ ପକାଇଲେ କିଛି ଲାଭ ମିଳିବ ନାହିଁ | ୨୦୧୪ ଓ ୨୦୧୯ରେ ନିଜେ କରିଥିବା ପ୍ରତିଶ୍ରୁତିକୁ ମନେ ରଖିଛନ୍ତି କି ନାହିଁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ |

Leave a Reply

Your email address will not be published. Required fields are marked *