Pratidin TV

Odisha's Digital News Platform

ବାଂଲାଦେଶ ଉପରେ ମୋଦିଙ୍କ ନଜର, ଶେଖ୍ ହସିନା ବାସଭବନ ଛାଡ଼ିବା ପରେ ଘରେ ପଶି ଚିକେନ ଭାତ ଖାଇଲେ ଆନ୍ଦୋଳନକାରୀ

1 min read

ବାଂଲାଦେଶ ସ୍ଥିତି ନେଇ ମୋଦି ହୋଇଛନ୍ତି ଗମ୍ଭୀର | ଏପରିକି ବୈଦେଶିକ ମନ୍ତ୍ରୀ ଜୟ ଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଶେଖ ହସିନାଙ୍କ ବିଷୟରେ ଜଣାଇଛନ୍ତି | ତେବେ ବାଂଲାଦେଶରୁ ଲୁଚିଛପି ଚାଲି ଆସିଛନ୍ତି | କାରଣ ମିଲିଟାରୀ ହସିନାଙ୍କୁ ଦେଇଥିଲା ମାତ୍ର ୪0 ମିନିଟର ସମୟ | ଯେଉଁ ସମୟରେ ସେ ହେଲିକେପ୍ଟର ଯୋଗେ ସେ ଭାରତରେ ପ୍ରବେଶ କରିଥିଲେ | ତେବେ ବର୍ତ୍ତମାନ ବାଂଲାଦେଶର କ୍ଷମତା ଆର୍ମି ନେଇସାରିଛି |

ଅନ୍ୟପଟେ ଶେଖ ହସିନାଙ୍କ ବାସସ୍ଥଳୀରେ ଅନେକ ସାରା ଅନୁପ୍ରବେଶକାରୀ ପଶି ଖାଇବା ଖାଇବା ଠାରୁ ଆରମ୍ଭ କରି ସ୍ୱଇମିଂ ପୁଲରେ ଗାଧୋଇବା ପର୍ଯ୍ୟନ୍ତ ତାଙ୍କର ଅଫିସିଆଲ ରେସିଡେନ୍ସିକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଛନ୍ତି | ତେବେ କହିବାକୁ ଗଲେ ପୁଣି ଇତିହାସର ହୋଚି ପୁନରବୃତ୍ତି, ଆର୍ମି ହାତକୁ ଆସିଛି ବାଂଲାଦେଶର କ୍ଷମତା |

Advertisement

ତେବେ ରବିବାର ଦିନ ପାଖାପାଖି ୧00 ଲୋକଙ୍କ ମୃତ୍ୟୁ ପରେ ସ୍ଥିତି ସମ୍ପୂର୍ଣ୍ଣ ଅଣୟତ୍ତ ହୋଇଯାଇଥିଲା | ଯାହାକୁ ଶେଖ ହସିନା ଆୟତ୍ତ କରିପାରିନଥିଲେ | ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡିଛନ୍ତି। ଏହି ସମୟରେ ବିକ୍ଷୋଭକାରୀ ଆବାସରେ ପଶି ଭଙ୍ଗାରୁଜା ସହ ଚୋରି କରିଛନ୍ତି। ବିକ୍ଷୋଭକାରୀ ଶେଖ ହସିନାଙ୍କ ରୁମରୁ ତାଙ୍କ ଶାଢୀ ପର୍ଯ୍ୟନ୍ତ ନେଇଯାଇଛନ୍ତି। ଏପରିକି ବାସଭବନରେ ରହିଥିବା ଖାଦ୍ୟକୁ ମଧ୍ୟ ଖାଉଥିବାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଉଛି। ଏହା ପୂର୍ବରୁ ବାସଭବନରେ ପ୍ରବେଶ କରି ଖଟ ଉପରେ ଶୋଇ ଭିଡିଓ କରୁଥିବା ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *