Pratidin TV

Odisha's Digital News Platform

ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ଼ ଶୋ…ଜନସମାଗମ ମଧ୍ୟରେ ଶୁଭୁଛି ମୋଦିଙ୍କ ନାରା

ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ବଡଦାଣ୍ଡରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ମେଗା ରୋଡ଼ ଶୋ | ରୋଡ଼ ଶୋ ପାଇଁ ବଡ଼ଦାଣ୍ଡରେ ଜନସାଧାରଙ୍କ ଜମିଛି ଗହଳି | ପୁରୀ ବଡଦାଣ୍ଡରେ କଡସୁରକ୍ଷା ମଧ୍ୟରେ ହୋଇଛି ରୋଡ଼ ଶୋ |

ବାୟୁସେନାର ହେଲିପ୍ୟାଡ଼ରେ ପ୍ରଧାନମନ୍ତ୍ରୀ ପୁରୀ ଅବତାରଣା କରି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ | ଏହାପରେ ୮ଟାରେ ବଡ଼ଦାଣ୍ଡରେ ଆରମ୍ଭ କରିଛନ୍ତି ରୋଡ଼ ଶୋ | ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତା କଡରେ ଥିବା ବିଲଡିଂ ଚାଟ ଏବଂ ବାଲକୋନୀରେ ଲଗାଇଥିଲେ ଜନଗହଳି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡଦାଣ୍ଡରେ ରୋଡ଼ ଶୋ କରିଛନ୍ତି ଏବଂ ତାଙ୍କସହ ଅଛନ୍ତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପାର୍ଥୀ ସମ୍ବିତ ପାତ୍ର | ତେବେ ଏହି ରୋଡ଼ ଶୋଟି ସିଂହଂଦ୍ୱାରରୁ ହୋଇଛି ଆରମ୍ଭ ଏବଂ ମେଡିକାଲ ଛକ ପର୍ଯ୍ୟନ୍ତ ହେବ ରୋଡ଼ ଶୋ | ଏହି ଅବସରରେ ବିଜେପି ବରିଷ୍ଠ ନେତା,କର୍ମୀ,ସମର୍ଥକ,0 ସାଧାରଣ ଲୋକ ମୋଦିଙ୍କ ରୋଡ଼ ଶୋରେ ତାଳେ ତାଳେ ଦେଇ ଚାଲିଛନ୍ତି |

Leave a Reply

Your email address will not be published. Required fields are marked *