ମୋଦିଙ୍କ ଶୋଲେ ସିନେମା ଡାଇଲଗ “ଆରେ ମାଉସୀ ୧୩ ରେ ଜିରୋ, ତଥାପି ହିରୋ”
1 min readପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ ରାଷ୍ଟ୍ରପତି ଧନ୍ୟବାଦ ପ୍ରସ୍ତାବ ଉଦବୋଧନ କରିଛନ୍ତି I ଏହି ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ନିର୍ବାଚନରେ କଂଗ୍ରେସର ୯୯ ଆସନ ଓ ଶୋଲେ ଫିଲ୍ମର ମାଉସୀଙ୍କ କାହାଣୀ ଶୁଣାଇଛନ୍ତି। ନେରେନ୍ଦ୍ର ମୋଦି ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ କଂଗ୍ରେସ ଲାଗି ଦେଶର ଜନତାଙ୍କ ଜନାଦେଶ ବୋଲି କହିଛନ୍ତି।
ମୋଦି କହିଛନ୍ତି କଂଗ୍ରେସର ଇତିହାସରେ ଏହା ତୃତୀୟ ସବୁଠୁ ବଡ଼ ପରାଜୟ। ତୃତୀୟ ସବୁଠୁ ଖରାପ ପ୍ରଦର୍ଶନ। ଭଲ ହୁଅନ୍ତା ଯଦି କଂଗ୍ରେସ ନିଜର ପରାଜୟ ସ୍ବୀକାର କରନ୍ତା । ଜନତାଙ୍କ ଆଦେଶକୁ ମନରେ ରଖିନ୍ତା ଓ ଆମ୍ ମନ୍ଥନ କରନ୍ତା I ହେଲେ ଏମାନେ ତ ଶିର୍ଷାସନ କରିବାରେ ବ୍ୟସ୍ତ |
ମୋଦି କହିଛନ୍ତି ଯେ କଂଗ୍ରେସ ଓ ତାଙ୍କ ଇକୋ ସିଷ୍ଟମ ଦିନ ରାତି ବିଜୁଳି ଜଳାଇ ଦେଶର ନାଗରିକଙ୍କ ମନରେ ଏହା ସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ଆମକୁ ହରାଇ ଦେଇଛନ୍ତି । ଆଦରଣୀୟ ସଭାପତି ଏପରି କାହିଁକି ହେଉଛି? ମୁଁ ଟିକେ ମୋ ସାଧାରଣ ଜୀବନର ଅନୁଭବରୁ କହୁଛି। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯଦି କୌଣସି ଛୋଟ ପିଲା ସାଇକେଲ ନେଇ ବାହାରେ ଓ ସେ ପଡିଯାଏ କି ଢଳିଯାଏ ସେ କାନ୍ଦିବାକୁ ଲାଗେ । ଏଥିରେ କୌଣସି ବୟଷ୍କ ବ୍ୟକ୍ତି ଯଦି ଏହା ଦେଖନ୍ତି ପାଖକୁ ଆସି କହନ୍ତି ଦେଖ ପିମ୍ପୁଡି ମରିଗଲା, ଚଢେଇ ଉଡିଗଲା, ଆରେ ଦେଖ ତୁମେତ ବଢିଆ ସାଇକେଲ ଚଳାଉଛ ଏହା ଏଥ୍ ପାଇଁ କହିଥାନ୍ତି ଯେ ତାର ମନ ଭୁଲି ଯାଉ। ଆଜି କାଲି ପିଲାର ମନ ଭୁଲେଇବା କାମ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ ପାର୍ଟିର ନେତାଙ୍କ ବୟାନବାଜି ଏବେ ସୋଲେ ଫିଲ୍ମକୁ ବି ପଛରେ ପକାଇ ଦେଇଛି।
ଆପଣ ସମସ୍ତଙ୍କୁ ସୋଲେ ଫିଲ୍ମର ମାଉସୀ ମନେ ଥିବେ । ତୃତୀୟ ଥର ହାରିଛନ୍ତି କିନ୍ତୁ ମାଉସୀ ଏହା ମୋରାଲ ଭିକ୍ଟି ନା? ଆରେ ମାଉସୀ ୧୩ ରାଜ୍ୟରେ ଶୁନ ସିଟ୍ ମିଳିଛି କିନ୍ତୁ ହିରୋ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ ଆଜିକାଲି ସହାନୁଭୂତି ପାଇବାକୁ ଏକ ନୂଆ ଡ୍ରାମା ଆରମ୍ଭ ହୋଇଯାଇଛି।