Pratidin TV

Odisha's Digital News Platform

ଶିମିଳିପାଳ ଜଙ୍ଗଲରେ ବଦଳୁଛି ମହାବଳ ବାଘର ରଙ୍ଗ , ଭାଇରାଲ ହେଉଛି ଫଟୋ ଓ ଭିଡିଓ …

1 min read

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଥିବା ମହାବଳଙ୍କ ରଙ୍ଗ ବଦଳୁଛି । ଏହି ଖବର ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ଟ୍ରାପ କ୍ୟାମେରାରେ କଏଦ ହୋଇଥିବା ମହାବୀର ଚିତ୍ର ସାମ୍ନା କୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଏହି ରଙ୍ଗ ପରିବର୍ତ୍ତନ ର ସଠିକ୍ କାରଣ ଏଯାବତ୍ ଜଣାପଡ଼ିନାହିଁ କିନ୍ତୁ ଏହା ଏକ ଜନ୍ମ ସମ୍ବନ୍ଧି ଜେନେଟିକ ପରିବର୍ତ୍ତନ ଯାହାକି ସମସ୍ତ ପ୍ରାଣୀମାନଙ୍କ କ୍ଷେତ୍ରରେ ପରିଲକ୍ଷିତ ହୁଏ ।

ପରିବେଶବିତ୍ ଏହି କଳା ରଙ୍ଗର ବାଘ ଉପରେ ଅଧ୍ୟୟନ କରି କହିଛନ୍ତି କି ସେମାନେ ନିଜ ବର୍ଗ ପାରିଧି ବାହାରକୁ ଯାଇ ପ୍ରଜନନ କରିବା ଦ୍ବାରା ଏଭଳି ଜନ୍ମ ସମ୍ବନ୍ଧିତ ଅସାମଞ୍ଜସ୍ୟତା ଦେଖାଦେଇଥାଏ । ମାତ୍ର ଏପରି ହେବା ଦ୍ବାରା ବାଘର ସ୍ବାସ୍ଥ୍ୟ ଏବଂ ପରିବାର ଉପରେ କୈାଣସି ପ୍ରତିକୂଳ ପ୍ରଭାବ ପକାଏ ନାହିଁ ।

Advertisement

ଶିମିଳିପାଳରେ ମୃତ ଏକ କଳାରଙ୍ଗର ବାଘ ମିଳିବା ପରେ ସେମାନଙ୍କ ସଂଖ୍ୟା ଅନୁମାନ କରାଯାଇଥିଲା ମାତ୍ର ତା\’ର ସଠିକତା ଜଣାପଡ଼ିଲା ନାହିଁ । ଖବର ଅନୁଯାୟୀ ଏବେ ଶିମିଳିପାଳରେ ବାଘମାନଙ୍କ ସଂଖ୍ୟା ୧୮ ରୁ ୨୦ କୁ ବୃଦ୍ଧି ପାଇଥିବା ପୂର୍ବ ରିପୋର୍ଟ ଅନୁଯାୟୀ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *