Pratidin TV

Odisha's Digital News Platform

୨ ବର୍ଷ ହେଲା ଗାଁରେ ବନ୍ଧ ପଡିଛି ସ୍କୁଲ , ଖୋଲିବାକୁ ଏପରି ଅନୁରୋଧ କଲେ ଶିକ୍ଷାର୍ଥୀ…

ମହାକାଳପଡା : ସର୍ବ ଶିକ୍ଷା ର” ସଭିଏଁ ପଢିବେ ସଭିଏଁ ବଢିବେ ” ସ୍ଲୋଗାନ ଆଖଡ଼ାଶାଳୀ ଗ୍ରାମର କୁନି ଶିକ୍ଷାର୍ଥୀ ଙ୍କ ପାଇଁ ବିଶେଷ ଆଦୃତ ହୋଇ ପାରୁନି । କମ ସଂଖ୍ୟକ ଶିକ୍ଷାର୍ଥୀ ପାଇଁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ର ଆଖଡ଼ାଶାଳୀ ଗ୍ରାମର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଲି କନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମିଶି ଯାଇଛି । ସ୍ଵଦୂର ପାଞ୍ଚ କିଲୋମିଟର ନିଛାଟିଆ ରାସ୍ତାରେ ଯାତାୟତ କରିବା କୁନି ପିଲାଙ୍କ ପକ୍ଷେ ସମ୍ଭବ ହେଉନି ।

ଷଷ୍ଠରୁ ତତୁର୍ଦ୍ଦ୍ୱ ଶିକ୍ଷାର୍ଥୀ କେବଳ ଶୁଖିଲା ପାଚିଲାରେ ତେନ୍ତୁ୍ଲି କନ୍ଧା କୁ ପାଠ ପଢି ଯାଉଥିବା ବେଳେ ଝଡି ବଢ଼ି ଓ ଖରାରେ ଯିବା ସମ୍ଭବ ହେଉନି ବୋଲି ଛାତ୍ର ସୂର୍ଯ୍ୟ ମଣ୍ଡଳ ଓ ସନ୍ତୋଷ ଜେନା କହିଛନ୍ତି । ଆଉ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ଶିକ୍ଷାର୍ଥୀ ଏତେ ଦୂର ପାଠ ପଢି ଯିବା ସମ୍ଭବ ହେଉନଥିବାରୁ ଘରେ ରହି ଅଭିଭାବକ ଙ୍କ ହେପାଜତ ରେ କେବଳ ପରୀକ୍ଷା ଦେବାକୁ ଯାଉଥିବାର ଛାତ୍ରୀ ଅଙ୍କିତା ଯତି କହନ୍ତି ।

ବାଟରେ ବନ୍ୟ ଜୀବ ଭୟରେ ସ୍କୁଲ କୁ ନାତିକୁ ସାଥିରେ ଧରି ଯିବାକୁ ପଡୁଛି ବୋଲି ଶୁକ ଦେବ ଜେନା ଗଣ ମାଧ୍ୟମ କୁ କହିଛନ୍ତି । ସର୍ବୋପରି ଏବେ ଗାଁ ର କୁନି ପିଲାଙ୍କ ଖେଳ ଭୂଇଁ ପାଲଟିଥିବା ଗାଁ ସ୍କୁଲ ଖୋଲିଲେ ଆମେ ନିୟମିତ ପାଠ ପଢିବାକୁ ଆସିବୁ ଓ ମନ ଦେଇ ପାଠ ପଢି ବଡ଼ ମଣିଷ ହେବୁ ବୋଲି କହନ୍ତି କୁନି କୁନି ପିଲା । ତେବେ କୁନି ଶିକ୍ଷାର୍ଥୀ ଙ୍କ ଅନୁରୋଧ କୁ ସରକାରୀ ବାବୁ କିଭଳି ବିଚାର କରୁଛନ୍ତି ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *