ମହମ୍ମଦ ମୋକିମଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ଜେଲ୍
1 min readଭୁବନେଶ୍ୱର : କଂଗ୍ରେସର କଟକ ବାରବାଟି ବିଦାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମ୍ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ। ORHDC ଦୁର୍ନୀତି ମାମଲାରେ ଏପରି ଦଣ୍ଡାଦେଶ ଶୁଣାଇଲେ ଭିଜିଲାନ୍ସ କୋର୍ଟ। ମୋକିମ୍ଙ୍କ ସହିତ ପୂର୍ବତନ ଓଇଝ ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।
ଏହାସହ ସମସ୍ତ ୪ ଜଣଙ୍କୁ ଜେଲ ସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ଶୁଣାଇଛି କୋର୍ଟ । ସେହିପରି ଉକ୍ତ ଜୋରିମାନା ଯଦି ସେମାନେ ଠିକ୍ ସମୟରେ ନ ଭରନ୍ତି ତେବେ ସେମାନଙ୍କୁ ଆଉ ୬ ମାସ ଲେଖାଏଁ ଅଧିକ ଜେଲ୍ରେ ରହିବାକୁ ପଡିବ ବୋଲି ରାୟ ଶୁଣାଇଛି ଭିଜିଲାନ୍ସ କୋର୍ଟ ।