Pratidin TV

Odisha's Digital News Platform

ଦକ୍ଷିଣ ଆଫ୍ରିକାକୁ ପାଣି ପିଆଇଲେ ମହମ୍ମଦ ସିରାଜ..

1 min read

ପୁଣି ନିଜ ଦମଦାର ଫର୍ମକୁ ଫେରିଛନ୍ତି ମହମ୍ମଦ ସିରାଜ । ଆଜି ଦକ୍ଷିଣ ଆଫ୍ରିକା – ଭାରତ ମଧ୍ୟରେ ଚାଲିଛି ୨ୟ ଟେଷ୍ଟ ମ୍ୟାଚ । ପ୍ରଥମ ମ୍ୟାଚ ଯିବି ସାଉଥ ଆଫ୍ରିକା 1-0 ରେ ଆଗରେ ରହିଛି । ଯାହାଫଳରେ ଆଜି ଭାରତ ପାଇଁ କର ବା ମର ସ୍ଥିତି ରହିଛି । ଆଜିର ମ୍ୟାଚ ଆରମ୍ଭରେ କେପଟାଉନରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓଲ୍ହାଇଥିଲେ । ହେଲେ ଆରମ୍ଭ ରୁ ହିଁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିଫଳ ହୋଇଛି। ଶିରାଜଙ୍କ ଧୂଆଁ ଧାର ବୋଲି ଆଗରେ ତିଷ୍ଠି ପାରିଲାନି ଦକ୍ଷିଣ ଆଫ୍ରିକା । ଦଳ ମାତ୍ର 45 ରନ କରି ୬ଟି ୱିକେଟ୍ ହରାଇ ସାରିଲାଣି ।

ତେବେ ଏଥିରୁ ସିରାଜ ୫ ଟି ୱିକେଟ ନେଇଛନ୍ତି । ମ୍ୟାଚ ଆରମ୍ଭ ରୁ ମହମ୍ମଦ ସିରାଜ ପ୍ରଥମେ ଆଡେନ ମାର୍କ୍ରାମ ଏବଂ ପରେ ଡିନ୍ ଏଲଗାରଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ଏହା ପରେ ବୁମ୍ରା ଟ୍ରିଆଷ୍ଟ ଷ୍ଟବ୍ସଙ୍କୁ ପାଭିଲିୟନକୁ ପଠାଇଲେ । ଆଫ୍ରିକୀୟ ଦଳକୁ ଟନି ଡି ଜୋର୍ଜି ଆକାରରେ ସିରାଜ ଚତୁର୍ଥ ଝଟକା ଦେଇଥିଲେ।

Advertisement

ଏହା ପରେ ସିରାଜ ଡେଭିଡ ବେଡିଙ୍ଗହମଙ୍କ ରୂପରେ ଦଳକୁ ପଞ୍ଚମ ଝଟକା ଦେଇଥିଲେ। ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତ ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ତିନୋଟି ପରିବର୍ତ୍ତନ ସହ ପ୍ରବେଶ କରିଥିବାବେଳେ ଭାରତ ଏକାଦଶ ଖେଳିବାରେ ଦୁଇଟି ପରିବର୍ତ୍ତନ କରିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିବା ଏବଂ ସିରିଜକୁ ୧-୧ରେ ସମତୁଲ କରିବା ଉପରେ ଟିମ୍ ଇଣ୍ଡିଆର ଆଖି ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ଏକ ଇନିଂସ ଏବଂ 32 ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *