Pratidin TV

Odisha's Digital News Platform

ଭାରତ ଉପରେ ରାଗିଗଲେ ମହମ୍ମଦ ୟୁନୁସ , ଫେରାଇନେଲେ ରାଷ୍ଟ୍ରଦୂତ ..

ଅଣାୟତ୍ତ ହୋଇପଡିଛି ବାଂଲାଦେଶ ଜାରି ରହିଛି ରାଜନୈତିକ ଅସ୍ଥିରତା ।  ତେବେ ଏହାରି ମଧ୍ୟରେ ସେନାର ଚେତାବନୀ ପାଇ  ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ  ବାଂଲାଦେଶ ଛାଡି ଭାରତରେ ଶରଣ ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ତେବେ ଏପରି ସ୍ଥିତିରେ ଅନ୍ତରୀଣ ସରକାର ଗଢ଼ିଛି ବାଂଲାଦେଶ ।

 ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ହାତରେ ରହିଛି ବାଂଲାଦେଶ ଶାସନର ଡୋର । ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହେଉଥିବା ବାଂଲାଦେଶ ଏବେ ବଡ଼ ପଦକ୍ଷେପ ନେଇଛି। ୟୁନୁସ ସରକାର ଏବେ ଅନ୍ୟ ଦେଶରୁ ନିଜର ରାଷ୍ଟଦୂତଙ୍କ ସହ ଯୋଗାଯୋଗ କରିଛନ୍ତି। ଏହାକୁ ନେଇ ୟୁନୁସ ସରକାର କିଛି ବଡ଼ ପଦକ୍ଷେପ ନେଇ ପାରନ୍ତି ବୋଲି କୁହାଯାଉଛି। ବାଂଲାଦେଶର ନୂଆ ସରକାର ଆମେରିକା, ମାଳଦ୍ୱୀପ, ସଂଯୁକ୍ତ ଆରବ ଏମିରେଟ୍ସ, ଋଷିଆ, ସାଉଦି ଆରବ, ଜାପାନ ଏବଂ ଜର୍ମାନୀରେ ନିଯୁକ୍ତ ହୋଇଥିବା ରାଷ୍ଟ୍ରଦୂତମାନଙ୍କୁ ସ୍ବଦେଶ ଫେରି ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ରାଷ୍ଟ୍ରଦୂତଙ୍କୁ ଶେଖ ହାସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଯୁକ୍ତ କରାଯାଇଥିଲା। ବାଂଲାଦେଶ ୭ଟି ଦେଶରୁ ନିଜର ରାଷ୍ଟ୍ରଦୂତମାନଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି। କାରଣ ସେମାନେ ଚୁକ୍ତିଭିତ୍ତିକ ଭାବରେ ନିଯୁକ୍ତି ପାଇଥିଲେ। ଭାରତରେ ବାଂଲାଦେଶର ହାଇ କମିଶନରେ ନିଯୁକ୍ତ ପ୍ରେସ ଅଫିସରଙ୍କୁ ମଧ୍ୟ ଫେରି ଆସିବାକୁ କୁହାଯାଇଛି। ସେ ମଧ୍ୟ ଚୁକ୍ତିରେ ଥିଲେ। ବାଂଲାଦେଶ ସହ ଜଡିତ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ଯେ ଯେଉଁ ରାଷ୍ଟ୍ରଦୂତମାନଙ୍କୁ ଡକାଯାଇଛି ସେମାନେ କୂଟନୀତିଜ୍ଞ କିନ୍ତୁ ଚୁକ୍ତିରେ ଅଛନ୍ତି।

Leave a Reply

Your email address will not be published. Required fields are marked *