ବିବାହ କରିବେ କି ଶାମି-ସାନିଆ ? ଖବରକୁ ନେଇ ମୁହଁ ଖୋଲିଲେ ମହମ୍ମଦ ଶାମି…
1 min readଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଏବଂ ଭାରତୀୟ କ୍ରିକେଟର ମହମ୍ମଦ ଶାମି ବିବାହ କରିବାକୁ ଯାଉଛନ୍ତି କି ? ଯାହା ଆଜି ଚର୍ଚ୍ଚାର ଶିରୋନାମା ପାଲଟିଛି । କାରଣ ଦୁହିଁଙ୍କର ଛାଡ଼ପତ୍ର ହୋଇସାରିଛି । ଟେନିସ୍ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ସେହିପରି ଟିମ୍ ଇଣ୍ଡିଆର ପେସ୍ ବୋଲର ମହମ୍ମଦ ଶାମି ମଧ୍ୟ ତାଙ୍କ ପତ୍ନୀ ହସିନ ଜାହାନଙ୍କଠାରୁ ଅଲଗା ରହୁଛନ୍ତି । ତେବେ ଦୁହିଁଙ୍କ ଛାଡପତ୍ର ହେବା ପରେ ଦୁହିଁଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । ତେବେ ଏହି ଖବରକୁ ନେଇ ଏବେ ମୁହଁ ଖୋଲିଛନ୍ତି ମହମ୍ମଦ ଶାମି।
ଏକ ସାକ୍ଷାତକାରରେ ଶାମି କହିଛନ୍ତି ଯେ, “କିଛି ଦିନ ହେବ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏତେ ବି ବଡ଼ ନଥିଲା ଯାହା ଉପରେ ମୁଁ ପ୍ରତିକ୍ରିୟା ଦେବି। ଯଦି ତାଙ୍କର ସାହସ ଅଛି ତେବେ ନିଜର ଅସଲ ଆକାଉଣ୍ଟରୁ ଏପରି ମିଥ୍ୟା ଖବର ପୋଷ୍ଟ କରନ୍ତୁ। ତା’ପରେ ଯାଇ ମୁଁ ପ୍ରତିକ୍ରିୟା ଦେବି। ଯେଉଁ ଚର୍ଚ୍ଚା ହେଉଛି ତାହା ସଂପୂର୍ଣ୍ଣ ଗୁଜବ ଅଟେ । ମୁଁ ଏହା ଉପରେ କ’ଣ ଆଉ କହିପାରିବି। ଏପରି ଭୁଲ ଖବରକୁ ଆଗକୁ ନିଆଯିବା ଉଚିତ୍ ନୁହେଁ। ମୁଁ ସହମତ ଯେ ମିମ୍ ରହିବା ଉଚିତ୍। ଏଥିରେ କିଛି ଭୁଲ ନାହିଁ। କିନ୍ତୁ ଏଭଳି ଗୁଜବ ପ୍ରଚାର କରିବା ଭୁଲ।” ବିଭିନ୍ନ ସୋସିଆଲ ମିଡିଆରେ ସାମିଙ୍କ ସହ ସାନିଆଙ୍କ ଫଟୋକୁ ପୋଷ୍ଟ କରାଯାଉଛି । ସାନିଆଙ୍କ ପିତା ମଧ୍ୟ ଏହାକୁ ଅସ଼୍ବୀକାର କରି ଏହାକୁ କେବଳ ଗୁଜବ ବୋଲି କହିଥିଲେ। ସାନିଆଙ୍କ ବାପା ପ୍ରଶଂସକମାନଙ୍କୁ ଏପରି ଖବର ପ୍ରସାରଣ ନକରିବାକୁ ନିବେଦନ କରିଥିଲେ। ବର୍ତ୍ତମାନ ସାମି ମଧ୍ୟ ଏହି ଖବର ଉପରେ ମୁଁହଖୋଲି ଦୁହିଁଙ୍କ ବିବାହ ସମ୍ପର୍କରେ ଉଠୁଥିବା ଗୁଜବ କୁ ନିଶ୍ଚିତ କରିଛନ୍ତି ।