Pratidin TV

Odisha's Digital News Platform

ସାମି ଙ୍କ ଉପରେ ପତ୍ନୀ ଆଣିଲେ ଗୁରୁତର ଅଭିଯୋଗ , କହିଲେ ଏ ହେଉଛି ଲୋକଦେଖାଣିଆ ଭଲପାଇବା ..

1 min read

ପୁଣିଥରେ ଆହତ ହୋଇଛନ୍ତି ମହମ୍ମଦ ସାମି ।  ଗୋଇଠି ଯନ୍ତ୍ରଣାରୁ ମୁକୁଳିବା ପରେ ଆଣ୍ଠୁ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି । ଡାହାଣ ଆଣ୍ଠୁରେ ସମସ୍ୟା ଦେଖାଯିବାରୁ‌ ସେ ‌କ୍ରିକେଟ୍‌କୁ ଫେରିବା ପୁଣି ବିଳମ୍ବ ହେବାକୁ ଯାଉଛି। ଭାରତୀୟ ବୋଲିଂ ଆକ୍ରମଣର ଆଗଧାଡ଼ିର ଖେଳାଳି ସାମିଙ୍କ ଅସ୍ତ୍ରୋପଚାର ୨୦୨୩ ଦିନିକିଆ ବିଶ୍ବକପ୍‌ ପରେ ହୋଇଥିଲା। ଫଳରେ ସେ ଆଇପିଏଲ୍‌ ସହ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖେଳି ପାରି ନଥିଲେ। ଏହି ସମୟରେ ସେ ସୁସ୍ଥ ହେବା ଲାଗି କସରତ ଚଲାଇଥିଲେ ଏବଂ ଫେରିବାର ଅଶା ରଖିଥିଲେ। ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ। ବିସିସିଆଇ ଡାକ୍ତରୀ ଦଳ ଏବେ ତାଙ୍କର ପରୀକ୍ଷାନିରୀକ୍ଷା ଚଲାଇବା ସହ ଉନ୍ନତ ମାନର  ଚିକିତ୍ସାର ବିକଳ୍ପ ଚିନ୍ତା କରୁଛନ୍ତି । ତେବେ ଏହାରିମଧ୍ୟରେ ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଏବେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ସୁସ୍ଥ ହେବା ପ୍ରକ୍ରିୟାରେ ଅଛନ୍ତି। ଏହି ଅବସରରେ ସେ ତାଙ୍କ ଝିଅ ଆଇରାକୁ ଭେଟିବାର ସୁଯୋଗ ପାଇଛନ୍ତି। ଆଇରା ସହିତ ବିତାଇଥିବା ମୂଲ୍ୟବାନ ସମୟର ଭିଡିଓକୁ ସାମି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି।

ଯାହାକୁ ଦେଖିବା ପରେ ପ୍ରତିକ୍ରିୟା ଦେଇଛନ୍ତି ସାମୀ ଙ୍କ ପତ୍ନୀ ହସିନ ଜାହାନ। ସେ କହିଛନ୍ତି ଯେ, ସାମିଙ୍କ ଭଲପାଇବା ଲୋକ ଦେଖାଣିଆ । ମୋ ଝିଅର ପାସପୋର୍ଟର ମିଆଦ ପୂର୍ଣ୍ଣ ହୋଇଛି | ନୂତନ ପାସପୋର୍ଟ ପାଇଁ ଶାମିଙ୍କ ଦସ୍ତଖତ ଆବଶ୍ୟକ | ସେଥିପାଇଁ ସେ ତାଙ୍କ ପିତାଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ଶାମି ଦସ୍ତଖତ ନକରି ଝିଅ ସହିତ ସପିଂ ମଲକୁ ଯାଇଥିଲେ। ଯେଉଁ କମ୍ପାନି ପାଇଁ ସାମି ବିଜ୍ଞାପନ କରନ୍ତି, ଝିଅକୁ ସେ ସେଠାକୁ ନେଇଥିଲେ | ମୋ ଝିଅ ସେହି ଦୋକାନରୁ ଜୋତା ଏବଂ ପୋଷାକ କିଣିଲା | କମ୍ପାନି ପାଇଁ ବିଜ୍ଞାପନ କରୁଥିବାରୁ ସାମିଙ୍କୁ କିଣାଯାଇଥିବା ଜିନିଷ ପାଇଁ ଟଙ୍କା ଦେବାକୁ ପଡ଼ିଲା ନାହିଁ। ଯଦି ଟଙ୍କା ଦେବାକୁ ପଡ଼ିଥାନ୍ତା, ତେବେ ସେ କେବେ ବି ଏତେ ଜିନିଷ କିଣି ଦେଇନଥାନ୍ତେ । ମୋ ଝିଅ ଅନେକ ଦିନ ହେଲାଣି ଗିଟାର ଏବଂ କ୍ୟାମେରା କିଣିବାକୁ ଚାଁହୁଛି  । ହେଲେ ସେ ସେହି ଜିନିଷ ନଦେଇ ମାଗଣା ମିଳୁଥିବା ଦୋକାନକୁ ଚାଲିଯାଇଥିଲେ। ” ସାମୀ ନିଜର ଲୋକଙ୍କ ଆଗରେ ଦେଖାଇ ହେବା ପାଇଁ ଏପରି ପୋଷ୍ଟ କରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *