Pratidin TV

Odisha's Digital News Platform

ସଫଳ ହେଲା ଶାମିଙ୍କ ଅସ୍ତ୍ରୋପଚାର , ପୁଣିଥରେ କ୍ରିକେଟ ମୈଦାନରେ ଦେଖାଇବେ ଜଲୱା ..

1 min read

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର । ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମିଙ୍କର ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି । ବ୍ରିଟେନର ଏକ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ତେବେ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବାପାଇଁ କିଛି ଦିନ ସମୟ ଲାଗିବ । ସେ ନିଜେ ତାଙ୍କ ସୋଶିଆଲ ମିଡିଆରେ ହସ୍ପିଟାଲ ବେଡ୍ ରେ ତାଙ୍କର ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଶାମି କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି । ଶାମିଙ୍କ ସୂଚନା ଅନୁଯାୟୀ, ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ, କିନ୍ତୁ ସେ କ୍ରିକେଟ ପଡ଼ିଆକୁ ଶୀଘ୍ର ଫେରିବାକୁ ବିଶ୍ୱାସ ରଖିଛନ୍ତି । ପ୍ରତ୍ୟାବର୍ତ୍ତନ ପାଇଁ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖାଇ ଶାମି କହିଛନ୍ତି, ବର୍ତ୍ତମାନ ଗୋଇଠିର ଆକିଲିଜ ଟେଣ୍ଡନ ଉପରେ ଏକ ସଫଳ ଅପରେସନ କରାଯାଇଛି! ସୁସ୍ଥ ହେବାକୁ କିଛି ସମୟ ଲାଗିବ, କିନ୍ତୁ ମୁଁ ମୋ ପାଦରେ ଠିଆ ହେବାକୁ ବହୁତ ଆଗ୍ରହୀ ।

୧୯ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଏକ ଦିବସୀୟ ବିଶ୍ୱକପ ଫାଇନାଲ ୨୦୨୩ ସମୟରେ ଶାମି ଆହତ ହୋଇଥିଲେ । ସେ ଆହତ ଗୋଡରେ ବିଶ୍ୱକପରେ ଖେଳିଥିଲେ । ସେ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ସାତୋଟି ମ୍ୟାଚରେ ୨୪ ୱିକେଟ ନେଇଥିଲେ । ବିଶ୍ୱକପ୍ ରେ ସେହିଁ ଏକମାତ୍ର ବୋଲର୍ ଯିଏ ସର୍ବାଧିକ ୱିକେଟ ନେଇଥିଲେ । ବିଶ୍ୱକପ୍‌ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଶାମିଙ୍କୁ ନିକଟରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତେବେ ବିଶ୍ୱକପ ପରଠାରୁ ଆହତ କାରଣରୁ କ୍ରିକେଟ ଠାରୁ ଦୁରରେ ରହିଛନ୍ତି ଶାମି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ମଧ୍ୟ ଖେଳି ନଥିଲେ । ଏହା ପରେ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜରେ ମଧ୍ୟ ଶାମି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ଅନୁପସ୍ଥିତିରେ ମୁକେଶ କୁମାର, ଆକାଶ ଦୀପ ଏବଂ ଅନ୍ୟମାନେ ଏହି ସୁଯୋଗ ପାଇଛନ୍ତି ଗୋଇଠିରେ ଆଘାତ ହେତୁ ଚଳିତ ବର୍ଷ ଭାରତର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଖେଳିବେ ନାହିଁ ମହମ୍ମଦ ଶାମି । ଫଳରେ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ଶକ୍ତ ଝଟକା ।

Leave a Reply

Your email address will not be published. Required fields are marked *