Pratidin TV

Odisha's Digital News Platform

ପରିଶ୍ରମର ମୂଲ୍ୟ ବୁଝିଛି ଅଟୋ ଚାଳକର ପୁଅ, ଗ୍ରାଉଣ୍ଡ ଷ୍ଟାଫ୍ସଙ୍କୁ ଦାନ କରିଦେଲେ ପୁରସ୍କାର ରାଶି

1 min read

କଲମ୍ବୋ: ସରିଛି ଏସିଆ କପ । ବାଜି ମାରି ନେଇଛି ଭାରତ । କିନ୍ତୁ ଏବେ ସମସ୍ତଙ୍କ ମୁହଁ କେବଳ ଗୋଟିଏ ନାଁ । ସେ ଆଉ କେହି ନୁହେଁ ସେ ହେଉଛନ୍ତି ମହମ୍ମଦ ସିରାଜ । ଯିଏ କାଲିର ହିରୋ ସାଜିଥିଲେ । ନା କେବଳ ମୈଦାନରେ ବାହାରେ ମଧ୍ୟ ଲୋକଙ୍କମନ ଜିଣି ନେଇଥିଲେ । ସେ କାଲି କିଛି ଏଭଳି କାମ କଲେ ଯାହା ସାରା ଜୀବନ ଦର୍ଶକ ହୃଦୟରେ ରାଜ କରିବେ । ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୧୦ ୱିକେଟ ନେଇ ଜିତିଛି । ଏହି ମ୍ୟାଚରେ ଟିମ ଇଣ୍ଡିଆର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ । ୭ ଓଭରରେ ୨୧ ରନ ଦେଇ ସିରାଜ ୬ଟି ୱେିକେଟ ନେଇଥିଲେ । ଜବରଦସ୍ତ ବୋଲିଂ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା । କିନ୍ତୁ ସେ ପୁରସ୍କାର ରାଶି ନିଜେ ନ ନେଇ ଗ୍ରାଉଣ୍ଡମ୍ୟାନମାନଙ୍କୁ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଥିଲେ । ପୁରସ୍କାର ରାଶିରେ ସିରାଜ ୫୦୦୦ ଡଲାର ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୪.୧୫ ଲକ୍ଷ ଟଙ୍କା ପାଇଥିଲେ । ଏହାକୁ ସେ ଗ୍ରହଣ କରିବା ବଦଳରେ ସେ ଶ୍ରୀଲଙ୍କା ଗ୍ରାଉଣ୍ଡ୍‌ସ ମ୍ୟାନଙ୍କୁ ସମର୍ପିତ କରିଥିଲେ ।

ଏସିଆ କପ ୨୦୨୩ରେ ଶ୍ରୀଲଙ୍କାର ଗ୍ରାଉଣ୍ଡ୍ସମ୍ୟାନ୍‌ମାନେ ଚର୍ଚ୍ଚାରେ ଅଛନ୍ତି । କ୍ରମାଗତ ମ୍ୟାଚ ଏବଂ ମ୍ୟାଚ ସମୟରେ ବର୍ଷା ମଧ୍ୟରେ ଗ୍ରାଉଣ୍ଡ୍ସମ୍ୟାନ୍‌ମାନେ ବହୁତ ପରିଶ୍ରମ କରିଥିଲେ । ଏହାର କାରଣ ହେଲା ବର୍ଷା ସତ୍ତ୍ୱେ ମ୍ୟାଚ ଜାରି ରହିଲା । ଏବଂ ପ୍ରଶଂସକମାନେ କ୍ରିକେଟର ରୋମାଞ୍ଚକୁ ଭରପୂର ଉପଭୋଗ କରିଥିଲେ । ବର୍ତ୍ତମାନ ଏସିସି ମଧ୍ୟଏହି ଗ୍ରାଉଣ୍ଡ୍ସମ୍ୟାନ୍‌ମାନଙ୍କୁ ଉପହାର ଦେବାକୁ ନିଷ୍ପତ୍ତି ନେଇଛି । ଏସୀୟ କ୍ରିକେଟ ପରିଷଦ ଶ୍ରୀଲଙ୍କାର ଗ୍ରାଉଣ୍ଡମ୍ୟାନ ତଥା ପିଚ କ୍ୟୁରେଟରମାନଙ୍କୁ ୫୦ ହଜାର ଡଲାର ଅର୍ଥାତ୪୧.୫୪ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ।

Advertisement

Leave a Reply

Your email address will not be published. Required fields are marked *