Pratidin TV

Odisha's Digital News Platform

କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ; ସୋଫିଆଙ୍କୁ ମିଳିଲା ଟିକେଟ୍ , ରକ୍ଷା କରିବେ ବାପାଙ୍କ ସମ୍ମାନ।

1 min read

କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ । ରବିବାର ରାତିରେ କଂଗ୍ରେସ ଓଡ଼ିଶାର ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ୨ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି। ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମ ଦଳର ଟିକେଟ ପାଇଛନ୍ତି। ସେହିପରି ଖଣ୍ଡପଡ଼ାରେ ମନୋଜ ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ।

ସେହିଭଳି ମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ଅନ୍ୟପଟେ ସବୁ ଚର୍ଚ୍ଚାକୁ ଚୁପ୍ କରାଇ କଟକ-ବାରବାଟୀରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ଟିକେଟ୍ ଦେଇ ଦଳ । ଆଇନଗତ କାରଣରୁ ମୋକିମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଥିବାରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସୋଫିଆଙ୍କ ନାଁ ଏଆଇସିସିକୁ ସୁପାରିସ କରାଯାଇଥିଲା।ଏଆଇସିସି ମଧ୍ୟ ସୋଫିଆଙ୍କ ନାଁ ଉପରେ ମୋହର ମାରିଛି। ଏଠାରେ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଏଯାଏ କାହାକୁ ବି ଟିକେଟ ଦେଇନାହିଁ।

Advertisement

ତେବେ ଦଳ ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡ଼ଚଣାରୁ ଅଜୟ ସାମଲ, ପାଲଲହଡ଼ାରୁ ଫକୀର ସାମଲ, ଜଗତସିଂହପୁର ଆସନରୁ ପ୍ରତିମା ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି।

Leave a Reply

Your email address will not be published. Required fields are marked *