ନବୀନଙ୍କୁ ମୁଣ୍ଡିଆ ମାରିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
1 min readଆଜିଠୁ ଓଡିଶାରେ ଚାଲିବ ମୋହନ ରାଜ୍ । ଦୀର୍ଘ ୨୪ ବର୍ଷ ପରେ ନବୀନ ଗଡକୁ ହାତେଇଛି ବିଜେପି । ଏକ ନୂତନ ପରିବର୍ତ୍ତନ ଆଶାରେ ବିଜେପି ଓଡିଶାରେ ପାଦ ରଖିଛି । ଆଜି ଜନତା ମୈଦାନରେ ଓଡିଶାର ରାଜ୍ୟପାଳ ରଘୁବର ଦାସ ମୋହନ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଓଡିଶାରେ ଆରମ୍ଭ ହେଇଛି ମୋହନ ମାଝୀଙ୍କ ସରକାର ।
ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷ୍ଟେଜ୍ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ସବୁ ଓଡିଶାବାସିଙ୍କ ହୃଦୟକୁ ଛୁଇଁଛି । ମୁଖ୍ୟମନ୍ତ୍ରୀଙ୍କ ସରଳତା ଆଉ ଶାଳୀନତା ଦେଖି ସୁପ୍ରିମୋ ନବୀନ ମଧ୍ୟ ତାଙ୍କୁ ଖୁସିରେ ଆର୍ଶୀବାଦ୍ ଦେଇଥିଲେ ।