Pratidin TV

Odisha's Digital News Platform

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା …

1 min read

ବୈଠକରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସରକାର ପ୍ରସ୍ତୁତ ରହିଥିବା କୁହାଯାଉଛି। ଲୋକଙ୍କୁ ଭୟଭୀତ ନ ହେବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସ୍‌ଆର୍‌ସିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମଝି ସମୁଦ୍ରରେ ରହିଥିବା ୧୧ଟି ଡଙ୍ଗାର ସୂଚନା ପାଇ ଉଦ୍‌ବେଗ ପ୍ରକାଶ କରିଥିଲେ।ତୁରନ୍ତ ଡଙ୍ଗାକୁ କୂଳକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ବାତ୍ୟା ସ୍ଥିତିର ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ଉପରେ ନଜର ରଖିବାକୁ ମତ୍ସ୍ୟ ଓ ପଶୁ ସମ୍ପଦ ସଚିବଙ୍କୁ କୁହାଯାଇଛି।

ବାତ୍ୟା ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ନେଇ ଲୋକଙ୍କୁ ଭୟଭୀତ ହେବାର କାରଣ ନାହିଁ। ସରକାର ଜିରୋ କାଜୁଆଲଟି ଲକ୍ଷ୍ୟ ରଖିଛନ୍ତି। ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ଅଛନ୍ତି। ସମସ୍ତ ଆବଶ୍ୟକତା ବ୍ୟବସ୍ଥା ଓ ଜରୁରୀକାଳନ ଜିନିଷ ରଖାଯିବ। ଏଥି ପାଇଁ ସଂପୃକ୍ତ ବିଭାଗ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଅତ୍ୟାବଶ୍ୟକ ସେବାକୁ ତ୍ବରାନ୍ବିତ କରାଯିବ। ବିଶେଷକରି ବିଦ୍ୟୁାତ, ପାନୀୟ ଜଳ, ଔଧଷ ଓ ଯୋଗାଯୋଗ ଉପରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।

Advertisement

” ସୂଚନାଯୋଗ୍ୟ, ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓ ପୁରୀ ଏବଂ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକ ସହିତ କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *