Pratidin TV

Odisha's Digital News Platform

ମୋହନ ସରକାରଙ୍କ ବଡ ଘୋଷଣା ; ଜାତୀୟ ଉତ୍ସବ ଭାବରେ ଆୟୋଜିତ ହେବ ହରେକୃଷ୍ଣ ମହତାବଙ୍କ ଜନ୍ମ ବାର୍ଷିକୀ ।

1 min read

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କୁ ବଡ ସମ୍ମାନ । ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀକୁ ଜାତୀୟ ଉତ୍ସବ ଭାବରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଏହି ମହାନ ଖବର ଜଣାଇଛନ୍ତି ।

ଓଡ଼ିଶାର କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଅସ୍ମିତା ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କୁ ମୋର ଆନ୍ତରିକ କୃତଜ୍ଞତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisement

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରିବାକୁ ନଭେମ୍ବର ୨୧ ରୁ ୨୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ତିନି ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ତାଙ୍କ ସମ୍ମାନାର୍ଥେ ବର୍ଷସାରା ଅତିରିକ୍ତ କାର୍ଯ୍ୟକ୍ରମ ଯୋଜନା କରାଯିବ।
ଏହା ଛଡା ମହତାବଙ୍କ ଉପରେ ବାୟୋପିକ୍ ପ୍ରସ୍ତୁତ କରିବାକୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା ଯାହା ସ୍କୁଲ ଏବଂ କଲେଜରେ ପ୍ରଦର୍ଶିତ ହେବ।

Leave a Reply

Your email address will not be published. Required fields are marked *