Pratidin TV

Odisha's Digital News Platform

ମୋହନ ସରକାରଙ୍କ ପ୍ରଥମ ବଜେଟ୍ ଘୋଷଣା । ଓଡିଶା ପାଇଁ ୨ଲକ୍ଷ ୬୫ ହଜାର କୋଟି…

1 min read

ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ଓଡିଶାରେ ବିଜପି ସତ୍ତାରେ ନୂଆ ବଜେଟ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଓଡିଶା ପାଇଁ ୨ଲକ୍ଷ ୬୫ ହଜାର କୋଟି ।

ତେବେ ପ୍ରଥମ ବଜେଟ୍ ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ଗତ ସରକାର ୨ ଲକ୍ଷ ୫୫ ହଜାର ଟଙ୍କାର ବଜେଟ୍ କରିଥିବା ବେଳେ ଏଥର ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟିର ବଜେଟ କରିଛନ୍ତି । ୨୦୨୩-୨୪ ତୁଳନାରେ ଏହି ବଜେଟର ପରିମାଣ ୧୫% ଅଧିକ ।

Advertisement

ସେହିପରି ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କଲେ ରାଜ୍ୟ ସରକାର । ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ୍ କିଷାନ । ଏହି ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।ସେହିଭଳି ପିଏମ କିଷାନ ଢାଞ୍ଚାରେ ଆରମ୍ଭ ହେବ ସିଏମ କିଷାନ ଯୋଜନା । ଗୋପନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କାର ବ୍ୟୟ ବରାଦ । ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟିର ବ୍ୟୟବରାଦ ହୋଇଛି । ଶ୍ରୀ ଅନ୍ନ ଅଭିଯାନକୁ ୬୪୯ କୋଟି ଟଙ୍କାର ବ୍ୟୟ ବରାଦ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ ।

Leave a Reply

Your email address will not be published. Required fields are marked *