Pratidin TV

Odisha's Digital News Platform

ଓଡ଼ିଶାରେ ବଡ଼ ନିଯୁକ୍ତି : ପୋଲିସ ଓ ହୋମଗାର୍ଡ ନିଯୁକ୍ତି ଦେବେ ମୋହନ ସରକାର ..

1 min read

ଶନିବାର ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀର ୨ୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଥିବା ଜିଲାପାଳ ଏବଂ ଏସ୍‌ପିମାନଙ୍କ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ ସରକାରରେ ହୋମ୍‌ଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରି ଦିଆଯାଇଥିଲା। ଆମ ସରକାର ହୋମ୍‌ଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି।

ହୋମ୍‌ଗାର୍ଡମାନେ ସବୁଠୁ ଅଧିକ କାମ କରିଥାନ୍ତି। ମାତ୍ର ତାଙ୍କୁ କେହି ପଚାରନ୍ତିନି। ନୂଆ ନିଯୁକ୍ତି ମଧ୍ୟ ଦିଆଯିବ। ରାଜ୍ୟରେ ୨୯୯୮ ହୋମ୍‌ଗାର୍ଡଙ୍କୁ ପୁନଃ ନିଯୁକ୍ତି ମିଳିବ। ଏଥିସହିତ କାର୍ଯ୍ୟରତ ହୋମଗାର୍ଡଙ୍କ ଦେହାନ୍ତ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ମୃତ୍ୟୁ ପରେ ପରିବାରର ଜଣଙ୍କୁ ମଧ୍ୟ ଚାକିରି ମିଳିବ। ଆଉ ୧୦ଟି ଓଡ୍ରାଫ୍‌ ୟୁନିଟ୍‌ ବଢ଼ାଯିବ ବୋଲି ସେ କହିଛନ୍ତି।

Advertisement

ତେବେ ଓଡିଶା ପୋଲିସ ବିଭାଗରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ବାହାରିଛି । ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ମୋଟ ୧୫୩୭ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କନଷ୍ଟେବଳ ଏବଂ କନିଷ୍ଠ କିରାଣି ପଦବୀରେ ହେବ ନିଯୁକ୍ତି । ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ(1360 ପଦବୀ )ଏବଂ ଡିପିଓ କ୍ୟାଡରରେ ଖାଲିଥିବା କନିଷ୍ଠ କିରାଣୀ(177 ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *