Pratidin TV

Odisha's Digital News Platform

ମୋହନ ସରକାରଙ୍କ ବଡ ଘୋଷଣା , ଖୁବଶୀଘ୍ର କଟକ ବନିବ ସ୍ମାର୍ଟସିଟି …

1 min read

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ ଘୋଷଣା । ଭୁବନେଶ୍ୱର ଓ ରାଉରକେଲା ପରି ଖୁବଶୀଘ୍ର କଟକ ହେବ ସ୍ମାର୍ଟ ସିଟି । ଆଜି କଟକ ସହରର ପୂଜା ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କଟକରେ ଆଜି ୩୪ଟି ପୂଜା ମଣ୍ଡପ ବୁଲିଥିଲେ । ମଣ୍ଡପ ଗୁଡିକରେ ସାଜସଜ୍ଜା, ତାରକସି କାମ ଓ ମୃଣ୍ମୟୀ ମୂର୍ତ୍ତି ଦେଖି ଅଭିଭୂତ ହୋଇଯାଇଥିଲେ । କହିଥିଲେ, ଭାଇଚାରାର ସହର କଟକର ହେବ ସର୍ବାଙ୍ଗୀନ ଉନ୍ନତି । ତାସହ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *