ରାସ୍ତା କଡ଼ରୁ ପତ୍ନୀଙ୍କ ସହ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ ,ଜଣାଇଲେ ଦୀପାବଳିର ଶୁଭେଚ୍ଛା…
1 min readଗାଁରେ ଯାଇ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ ଏହା ପୂର୍ବରୁ ପତ୍ନୀଙ୍କ ସହ ମିଶି ରାସ୍ତାକଡରୁ ଦୀପ ସହ କିଣିଛନ୍ତି ଅନ୍ୟାନ୍ୟ ସାମଗ୍ରୀ। ପତ୍ନୀଙ୍କ ସହ ୟୁନିଟ୍ ୧ ମାର୍କେଟ ଆସିଥିଲେ । ସେଠାରେ ପହଞ୍ଚି ଫୁଟପାଥ୍ରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। କେବଳ ଏତିକି ନୁହେଁ ଦୀପ କିଣିବା ପାଇଁ ପତ୍ନୀଙ୍କ ସହ ବିଭିନ୍ନ ଦୀପ ଦୋକାନ ମଧ୍ୟ ବୁଲିଥିଲେ । ଦୋକାନ ବୁଲି ବାଛି ବାଛି କିଣିନେଇଥିଲେ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ।
ଦୀପାକିଣିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ମୁଁ ପୂର୍ବରୁ ୧ ନମ୍ବର ମାର୍କେଟ ରାସ୍ତା କଡ଼ରୁ ଦୀପାବଳି ପାଇଁ ଆବଶ୍ୟକ ସମାଗ୍ରୀ କିଣୁଥିଲି, ଆଜି ମଧ୍ୟ କିଣିଲି। ଏହାଦ୍ବାରା ଆମ ଓଡ଼ିଶାର ଗରିବ ବେପାରି ବେଶ୍ ଉପକୃତ ହୋଇ ପାରିବେ । ଏହା ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା ଆଉ ପରମ୍ପରା ଉପରେ ଗୁରୁତ୍ୱାରୋପ କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କୁ ୟୁନିଟ୍ ୧ ମାର୍କେଟରେ ଦେଖି ବ୍ୟବସାୟୀମାନେ ଖୁସି ବ୍ୟକ୍ତ କରିଥିଲେ । ସେ ବିଭିନ୍ନ ବ୍ୟବସାୟୀଙ୍କ ସହ ବି କଥାବାର୍ତ୍ତା କରିଥିଲେ ।