ମୁଖ୍ୟମନ୍ତ୍ରୀ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ
1 min readରାଜ୍ୟପାଳଙ୍କୁ ଭେଟିଛନ୍ତି ମୋହନ ମାଝୀ | ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା ହେବା ପରେ ଗତକାଲି ଜୁନ ୧୧ ତାରିକ ଦିନ ପାର୍ଟି ତରଫରୁ ସର୍ଵ ସମ୍ମତି କ୍ରମେ ରାଜ୍ୟପାଳ ଭବନରେ ପହଞ୍ଚିଛନ୍ତି | ରାଜ୍ୟପାଳ ଭବନରେ ପହଞ୍ଚିବା ପରେ ମୋହନ ଚରଣ ମାଝୀଙ୍କ ନାଁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପ୍ରସ୍ତାବିତ କରାଯାଇଛି |
ସମ୍ବିଧାନ ହିସାବରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିମନ୍ତ୍ରଣ ଦେବେ | ଏହାସହ ୨ ଜଣଙ୍କୁ ପ୍ରଥମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଛି | ତେବେ ଭାରତର ଅନ୍ୟ କୌଣସି ରାଜ୍ୟରେ ନୂଆ ନୁହେଁ | କିନ୍ତୁ ଓଡ଼ିଶାରେ ପ୍ରଥମ ଥର ପାଇଁ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଛାଆଁ କରଯାଇଛି |
ନୂଆ ବିକାଶିତ ଓଡିଶାର ପ୍ରଥମ ମଡେଲ ହେବ ସମଗ୍ର ଭାରତ ବର୍ଷରେ ଓଡିଶା | ଯାହା ମୋଦିଙ୍କ ପ୍ଲାନ ରହିଛି | ତେବେ ଗତକାଲି ସନ୍ଧ୍ୟାରେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା କରାଯାଇଛି | ଆଜି ମୋହନ ଚରଣ ମାଝୀ ସହ ୨ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ | ଏହି ଶପଥ ସାମରହରେ ବହୁ କେନ୍ଦ୍ରୀୟ ବିଜେପି ବରିଷ୍ଠ ନେତା ସାମିଲ ହେବେ | ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଶପଥ ସମାରୋହରେ ସାମିଲ ହେବେ |