Pratidin TV

Odisha's Digital News Platform

ପ୍ରକୃତିର ତାଣ୍ଡବ ଆଗରେ  ହାରିଗଲେ ଓଡ଼ିଆ ପୁଅ , ଶୋକ ପ୍ରକାଶ କଲେ ନବୀନ ଓ ମୋହନ

1 min read

ପ୍ରକୃତିର ତାଣ୍ଡବ ଆଗରେ  ହାରିଗଲେ ଓଡ଼ିଆ ପୁଅ  । ସ୍ତ୍ରୀକୁ ନେଇ କେତେ ଖୁସିରେ ବୁଲିବାକୁ ଯାଇଥିଲେ । ସ୍ୱାମୀ ସ୍ତ୍ରୀ ପ୍ରକୃତିର ନୈସର୍ଗିକ ରୂପ କୁ ଅନୁଭବ କରି କ୍ୟାମରା ଲେନ୍ସ ଭିତରେ କଏଦ କରିଥିଲେ ସୁନ୍ଦର ସୁନ୍ଦର ଫୋଟୋ  । ଦୁହେଁ ଦୁହିଁଙ୍କ ବ୍ୟସ୍ତ ଜୀବନରୁ ଅବସର ନେଇ ହଜିଯାଇଥିଲେ ଗୋଟେ ଅଲଗା ଦୁନିଆ ରେ । ସାତ ଜନ୍ମକୁ ସାଥି ହେବା ଦୁହେଁ ଦୁହିଁଙ୍କୁ ଦେଇଥିଲେ ପ୍ରତିଶୃତି । ହେଲେ ବିଧାତା ର ଲେଖା କିଛି ଅଲଗା ଥିଲା । ସ୍ତ୍ରୀ ଆଗରେ ସ୍ୱାମୀର ଜୀବନ କୁ ସେହି ମାଟି ମିଶା ପାଣିର ଭସେଇ ଦେଲା  ।ଆଉ ସ୍ତ୍ରୀ ସଙ୍ଖ ସିନ୍ଦୁରକୁ କୁ ଦାବି ଦେଲା ମାଟି ଗଭୀରରେ   । ଆମେ କହୁଛୁ କେରଳ ଭୂସ୍ଖଳନ ରେ ମୃତ୍ୟ ବରଣ କରିଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ କଥା  । ନିଖୋଜ ଥିବା ଓଡ଼ିଆ ଡାକ୍ତର ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ମୃତଦେହ ପୁନଃ ଚିହ୍ନଟ ପରେ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟ ଖବର ଶୁଣିବା ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ   । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବର୍ଗତ ଚିନାରାଙ୍କ ପରିବାରବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି। ମୃତକ ଓ ନିଖୋଜଙ୍କ ପରିବାରବର୍ଗଙ୍କୁ ସେଠାରେ ସହାୟତା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ କେରଳ ପଠାଯାଇଛି। ସେମାନେ କେରଳ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଉଦ୍ଧାର ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ତ୍ୱରାନ୍ବିତ କରିବେ।

ଏଥିସହିତ କେରଳ ସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ଏକ୍ସ ରେ ସେୟାର କରି ଲେଖିଛନ୍ତି “କେରଳରେ ଘଟିଥିବା ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”

Leave a Reply

Your email address will not be published. Required fields are marked *