Pratidin TV

Odisha's Digital News Platform

ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଝଟ୍‌କା , ଆଖିବୁଜିଲେ ମୋହନ ମାଝୀଙ୍କ ବିଶ୍ୱସ୍ତ ପିଏ ।

1 min read

ଖୁସିର ମାହୋଲରେ ଖେଳିଗଲା ଦୁଖର ବାଦଲ । ମୁଖ୍ୟମନ୍ତ୍ରୀ ବନିବା ଖୁସି ଭିତରେ ମୋହନ ମାଝୀଙ୍କୁ ଲାଗିଲା ଶକ୍ତ ଆଘାତ୍ । କାରଣ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ମୋହନ । ଆଉ ଏହାର ଠିକ୍ ଗୋଟେ ଦିନ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ମୋହନଙ୍କ ପିଏ ବା ତାଙ୍କୁ ପ୍ରତିଟି କ୍ଷେତ୍ରରେ ସୁରକ୍ଷା ଦେଉଥିବା ତାଙ୍କ ବିଶ୍ୱସ୍ତ ସୁରକ୍ଷାକର୍ମୀ ଚନ୍ଦନ ମହାପାତ୍ର (୩୧)ଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ୟୁନିଟ-୮ ଡେଲଟା ବ୍ରହ୍ମାକୁମାରୀ ଆଶ୍ରମ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦୁଇ କାର୍ ମଝିରେ ଏକ ବାଇକ ଚାପି ହୋଇଯିବାରୁ ଚାଳକଙ୍କ ଡାହାଣ ଗୋଡ ଛିଣ୍ଡିଯିବା ସହ ତାଙ୍କର ମୃତ୍ୟୁ ହୋଇଛି। ତେବେ ସେ ଚାଳକ ଆଉ କେହି ନୁହଁନ୍ତି ବରଂ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପିଏ ଚନ୍ଦନ । ଯିଏକି ପାତ୍ରପଡା ଫୁଲେଶ୍ୱରୀ ବସ୍ତିରେ ରୁହନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ମୋହନଙ୍କ ଗୋଡ ତାଙ୍କ ଶରୀରରୁ ଛିଡି ଯାଇଥିଲା ।

Advertisement

ମୃତ ଚନ୍ଦନ ଦିନ ପ୍ରାୟ ୧୧ଟା ବେଳେ ମୋହନ ମାଝିଙ୍କ ଅଫିସକୁ ଯାଉଥିଲେ। ଚନ୍ଦନ ତାଙ୍କ ବାଇକ ଯୋଗେ ଗୋପବନ୍ଧୁ ଛକରୁ ଜଳେଶ୍ୱର ମନ୍ଦିର ଆଡକୁ ଦ୍ରୁତଗତିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଚନ୍ଦନ ଏକ କାର୍କୁ ଓଭର ଟେକ୍ କରିବାବେଳେ ସାମ୍ନାରୁ ଆଉଏକ କାର୍ ଓ ବାଇକ ଆସୁଥିଲା। ସେହି ସମୟରେ ଦୁଇଟି କାର୍ ମଝିରେ ଚନ୍ଦନଙ୍କ ବାଇକ ପଶିଯାଇଥିଲା। ସେହିପରି ଆଉଏକ ବାଇକ ମଧ୍ୟ କାର୍ ସହ ଧକ୍କା ହୋଇଥିଲା। ସ୍ଥାନୀୟଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି କ୍ୟାପିଟାଲ ହସ୍ପିଟାଲ ଯାଇ ଚନ୍ଦନଙ୍କ ଶେଷ ଦର୍ଶନ କରିଥିଲେ। ମୃତ ଚନ୍ଦନଙ୍କ ଦୁଇବର୍ଷ ତଳେ ବିବାହ ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଅଛି। ସେ ଗତ ୭ରୁ ୮ ବର୍ଷ ମୋହନଙ୍କ ପାଖରେ କାମ କରୁଥିଲେ।

ତେବେ ଆଜି ମୃତକଙ୍କ ବଡଭାଇ ରାଜକୁମାର ମହାପାତ୍ର ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହାକୁ ଭିତ୍ତିକରି ଏକ ମାମଲା (ନଂ.୩୪୫/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣାଗ୍ରସ୍ତ ୪ ଗାଡିକୁ ପୋଲିସ ଜବତ କରିଛି। ତେବେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *