ଆମ୍ବଟାକୁଆ ପାଇଁ IAS ବୀର ବିକ୍ରମଙ୍କୁ ହଟାଇଦେଲେ ମୋହନ
1 min readରାତାରାତି IAS ସ୍ଥରରେ ଅଦଳବଦଳ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ରାଜ୍ୟସ୍ତର ପକ୍ଷରୁ IAS ସ୍ତରରେ ବଡଧରଣର ଅଦଳବଦଳ ହୋଇଛି | ଯେଉଁ କାରଣ ପାଇଁ ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି | ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗ ଦିଆଯାଇଥିବା ବେଳେ ଖାଦ୍ୟ ଯୋଗାଣ ସଚିବ ପଦରୁ ବୀର ବିକ୍ରମ ଯାଦବଙ୍କୁ କାଢ଼ି ଦିଆଯାଇଛି। ତାଙ୍କ ସ୍ଥାନରେ ପ୍ରମୁଖ ସଚିବ ସଞ୍ଜୟ ସିଂଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିଭଳି କ୍ରୀଡ଼ା ସଚିବ ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ୍ ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ଗିରିଶ ଏସ୍ଏନ୍ଙ୍କୁ ପଞ୍ଚାୟତିରାଜ ଦାୟିତ୍ୱ ମିଳିଛି। ସ୍ବତନ୍ତ୍ର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୟନ ହସ୍ତତନ୍ତ ବିଭାଗ ଦାୟିତ୍ୱ ମିଳିଥିବା ବେଳେ ଏଥିସହ ତାଙ୍କୁ ଅବକାରୀ କମିଶନର ସଚିବ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।
ତେବେ କହିବାକୁ ଗଲେ, ବୀର ବିକ୍ରମ ଯାଦବଙ୍କୁ ମହଙ୍ଗା ପଡିଛି ଆମ୍ବ ଟାକୁଆ ଯାଉ ପ୍ରସଙ୍ଗ | ଗତ କିଛି ଦିନ ହେବ ଯୋଗାଣ ବିଭାଗ ଚର୍ଚ୍ଚାରେ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ମାଣ୍ଡିପି ଗାଁରେ ୨ ଜଣ ମହିଳା ଆମ୍ବ ଟାକୁଆ ଯାଉ ଖାଇ ପ୍ରାଣ ହରାଇବା ଘଟଣାରେ ଯୋଗାଣ ବିଭାଗ କାର୍ଯ୍ୟକୁ ନେଇ ପ୍ରସଙ୍ଗ ଉଠିଥିଲା | ବିରୋଧୀମାନେ ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ | ୩ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ବଣ୍ଟନରେ ସମୀକ୍ଷା କରିବା ସହ ହିତାଧିକାରୀଙ୍କୁ ଅକ୍ଟୋବରରୁ ଡିସେମ୍ବର ମାସର ୩ ଦିନିଆ ଆଗୁଆ ଚାଉଳ ପ୍ରଦାନ କରିବାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି |