Pratidin TV

Odisha's Digital News Platform

ମୋହନ ସରକାର ଙ୍କ ବଡ଼ ଘୋଷଣା : ଅବସର ପରେ ନିଯୁକ୍ତି ପାଇବେ ସରକାରିବାବୁ ..

1 min read

ବଡ ନିଷ୍ପତ୍ତି ନେଲେ ମୋହନ ସରକାର । ଏବେ ଚାକିରୀ ସରିବା ପରେ ଅବସର ପ୍ରାପ୍ତ ସରକାରୀ ବାବୁଙ୍କୁ ପୁଣିଥରେ ନିଯୁକ୍ତି ଦେବେ ରାଜ୍ୟ ସରକାର । ସରକାରୀ କର୍ମଚାରୀ ଙ୍କ ପୁନଃ ନିଯୁକ୍ତି ପାଇଁ ମୋହନ ସରକାର ଆଣିଛନ୍ତି ନୂଆ ଗାଇଡଲାଇନ୍। ପୁନଃ ନିଯୁକ୍ତି ପାଇବାକୁ ହେଲେ ଉକ୍ତ ଅବସରପ୍ରାପ୍ତ ଅଧିକାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ, ସେ ନେଇ ଜାରି ହୋଇଛି ବିସ୍ତୃତ ଗାଇଡଲାଇନ। ଗାଇଡଲାଇନ୍ ଅନୁସାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଏକ ଚୟନ କମିଟି ରହିବ।

ଯେଉଁ କମିଟିର ମୁଖ୍ୟ ଭାବେ ରହିବେ ମୁଖ୍ୟ ଶାସନ ସଚିବ। ସେହିପରି କମିଟିର ସଦସ୍ୟ ଭାବେ ସାଧାରଣ ପ୍ରଶାସନ ବା ଯିଏ ବିଭାଗର ସଚିବ ଓ ଅର୍ଥ ସଚିବ ରହିବେ। ଗାଇଡଲାଇନ୍ ଅନୁସାରେ- ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ। ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଜରୁରୀବୋଲି ଗାଇଡଲାଇନରେ କୁହାଯାଇଛି।। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ ନିଯୁକ୍ତି। ଅବସର ପୂର୍ବରୁ ସିସିଆର୍ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ। ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ। ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ।

Advertisement

Leave a Reply

Your email address will not be published. Required fields are marked *