Pratidin TV

Odisha's Digital News Platform

ମାଟିତଳେ ପୋତାହୋଇ ଥିଲା ଶହ ଶହ ଆଧାରକାର୍ଡ

1 min read

ଭୁବନେଶ୍ୱର : ଗଜପଡି ଜିଲ୍ଲା ମୋହନା ଅଞ୍ଚଳରେ ଦେଖାଦେଇଛ ଏକ ଚାଞ୍ଚଲ୍ୟକର ଘଟଣା । ଗ୍ରାମରେ ଏକ ଜାଗରୁ ମାଟି ତଳୁ ବାହରିଲା ଶତାଧିକ ଆଧାରକାର୍ଡ । ଲୋକଙ୍କ ନାଁରେ ଆଧାରକାର୍ଡ ପୋଷ୍ଟ ଅଫିସକୁ ଆସୁଥିବା ବେଳେ ତାକୁ ଲୋକମାନଙ୍କୁ ନଦେଇ ଅଳିଆ ଗଦାରେ ଫୋପାଡି ଦେଇଥିଲେ ପୋଷ୍ଟମାଷ୍ଟର ।

ସୂଚନା ଅନୁଯାୟୀ ମୋହନା ବ୍ଲକ ଅର୍ନ୍ତଗତ ଡରାବ ଗାଁ ରେ ଦେକାଦେଇଛି ଏଭଳି ଅଭାବନୀୟ ଘଟଣା ।ତେବେ ଡବରା ଗାଁରେ ଥିବା ପୋଷ୍ଟ ଅଫିସ୍ ଉପରେ ଆଖ ପାଖର ପ୍ରାୟ ୬ ଟିଗାଁ ନିର୍ଭର କରନ୍ତି । ଉକ୍ତ ୬ ଗାଁରେ ପୋଷ୍ଟ ଅଫିସ୍ ନଥିବାରୁ ଗାଁର ଲୋକମାନେ ସେହି ଡବରା ପୋଷ୍ଟ ଅଫିସ୍ ଉପରେ ନିର୍ଭରଶୀଳ । ଗାଁର ଲୋକମାନେ ଜନସେବକେନ୍ଦ୍ର ଯାଇ ଆଧରକାର୍ଡ ପାଇଁ ଆବେଦନ କରିଥିଲେ । କିନ୍ତୁ ଅନେକ ମାସ ବିତିଯାଇଥିଲେ ସୁଦ୍ଧା ପୋଷ୍ଟମାଷ୍ଟର ପର୍ଶୁଧର ଗ୍ରାମବାସୀମାନଙ୍କୁ ଆଧାରକାର୍ଡ ଦେଇନଥିଲେ । ଏନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିବାରୁ ପୋଷ୍ଟ ଅଫିସକୁ ଆସିଥିଲେ । ସେଠାରେ ଗ୍ରାମବାସୀ କିଛି ଆଧାରକାର୍ଡକୁ ଅଳିଆ ଗଦାରେ ପାଇଥିଲେ । ଏହାପରେ ଗ୍ରାମର କିଛି ଲୋକ ମିଶି ସେଠାରେ ଖୋଜାଖୋଜି କରିବା ପରେ ଅଳିଆଗଦା ସହ ମାଟି ତଳୁ ମଧ୍ୟ ଅନେକ ଆଧାରକାର୍ଡ ପାଇଥିଲେ ।

Advertisement

ଆଧାରକାର୍ଡ ନଥିବା ଯୋଗୁ ଗ୍ରାମବାସୀ ପ୍ରତ୍ୟକ କ୍ଷେତ୍ରରେ ନାହିଁ ନଥିବା ହଇରାଣ ହେଉଥିଲେ । ଏନେଇ ସେମାନଙ୍କୁ ଭତ୍ତା ଓ ଚାଉଳ ରାସନ ଇତ୍ୟାଦିରୁ ବଞ୍ଚିତ ହେବାକୁ ପଡୁଥିବା ବେଳେ ,ପୋଷ୍ଠମାଷ୍ଟର ପର୍ଶୁଧର ଏପରି ଜଘନ୍ୟ ଅପରାଧ ଘଟାଇଥିଲେ । ଆସିଥିବା ସମସ୍ତ ଆଧାରକାର୍ଡଗୁଡିକୁ ସେ ମାଟି ତଳେ ପୋତିଦେବା ସହ ଅନେକ ଆଧାରକାର୍ଡକୁ ଅଳିଆଗଦାରେ ଫୋପାଡିଦେଇଥିଲେ ।ଏନେଇ ଉତ୍ୟକ୍ତ ଗ୍ରାମବାସୀ ପୋଷ୍ଟମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *