ଖବର ପ୍ରସାରଣ ପରେ ଆରୁମପେଟ ଗାଁରେ ପହଞ୍ଚିଲା ମେଡିକାଲ୍ ଟିମ୍ ,ଚାଲିଛି ଚିକିତ୍ସା
1 min readମୋହନା : ଖବର ପ୍ରସାରଣ ପରେ ଆରୁମପେଟ ଗାଁରେ ପହଞ୍ଚିଲା ୪ ଜଣିଆ ମେଡିକାଲ୍ ଟିମ । ଗଜପତି ଜିଲ୍ଲା ମୋହନା ବ୍ଲକ୍ ଖାରିଗୁଡ଼ା ପଞ୍ଚାୟତ ନିକଟସ୍ଥ ଆରୁମପାଟା ଗାଁରେ ଗତ ୨ ମାସ ମଧ୍ୟରେ ହାଡଫୁଟିରେ ବହୁ ଲୋକେ ଆକ୍ରାନ୍ତ ହୋଇଥିଲେ । ବର୍ତମାନ ସରକାରୀ ରିପୋର୍ଟନୁଜାୟୀ ଗାଁରେ ଜଣେ ୪ ବର୍ଷର ଶିଶୁ ସମେତ ୨ ଜଣ ହାଡଫୁଟିରେ ଅସୁସ୍ଥ ଥିବା ବେଳେ ଅନ୍ୟ ୩୦ରୁ ଉର୍ଦ୍ଧ ଅକ୍ରନ୍ତାମାନେ ସୁସ୍ଥ ହୋଇ ସାରିଛନ୍ତି ।
ଖବର ପାଇ ଆଜି ଡ଼ାକ୍ତର ଗୋପାଳ ସାହୁଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ମେଡିକାଲ ଟିମ୍ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ଅନ୍ୟ ସମସ୍ତ ମହିଳା ଶିଶୁମାନଙ୍କୁ ଭିଟାମିନ ସମେତ ଆବଶ୍ୟକୀୟ ଔଷଧ ଦେଇ ଫେରିଛନ୍ତି । ବର୍ତମାନ ଗାଁରେ ସ୍ଥିତି ନିୟନ୍ତ୍ରଣ ରହୁଥିବା ଡ଼ାକ୍ତର ସୂଚନା ଦେଉଛନ୍ତି ।