Pratidin TV

Odisha's Digital News Platform

ଓଡିଆରେ ଲେଖିପାରିଲେନି ବୋଲି ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ ମୋହନା କୋର୍ଟ

1 min read

ଲେଖା ଜଣାନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କରିଲେ ମୋହନା କୋର୍ଟ। ଏଭଳି ଘଟଣା ସାମ୍ନାକୁ ଆସିଛି ମୋହନା ବ୍ଲକ ନିକଟସ୍ଥ ଚାନ୍ଦିପୁଟ ପଞ୍ଚାୟତରେ।୨୦୨୨ ପଞ୍ଚାୟତ ନିର୍ବାଚନରେ ଚାନ୍ଦିପୁଟ ପଞ୍ଚାୟତରେ ୫ଜଣ ପ୍ରାର୍ଥୀନୀ ନାମାଙ୍କନ କରିଥିଲେ। ସେଥିରେ ୧୫୪୭ ଭୋଟରେ ବିଜୟୀ ହୋଇଥିଲେ କନକଲତା ପାଲ୍।କିନ୍ତୁ ଗ୍ରାମ ପଞ୍ଚାୟତ ଅଧିନିୟମ ୧୧ ବି ଅନୁସାରେ ଜଣେ ପ୍ରାର୍ଥୀ ଲେଖା ପଢ଼ା ଜାଣିଥିବା ଦରକାର। କିନ୍ତୁ ସେ ପଢ଼ିବା ଜାଣିଥିଲେ କିନ୍ତୁ ଲେଖିବା ଜାଣିନଥିଲେ।ଯାହା ଫଳରେ ୨ୟ ସ୍ଥାନରେ ପରାଜିତ ପ୍ରାର୍ଥୀ ଲଳିତା ବଡ଼ରଇତ ପ୍ରଥମେ ମୋହନା ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ।

କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ। ପରେ ଅଦାଲତ କନକଲତାଙ୍କୁ ଓଡ଼ିଆ ଲେଖିବା ଓ ପଢ଼ିବା ପାଇଁ କୁହାଯାଇଥିଲା ।ସେ ପଢ଼ିବା ଅଳ୍ପ ସକ୍ଷମ ହୋଇଥିବାବେଳେ ଲେଖିବା ତାଙ୍କ ପାଇଁ ସମ୍ଭବ ହୋଇ ପାରିନଥିଲା।ଲେଖା ଜଣା ନଥିବା ଦେଖି ଦିର୍ଘ ଦୁଇ ବର୍ଷ ପରେ ସାକ୍ଷ୍ୟ ପ୍ରମାଣ ସହ ବିଚାରପତି ସୁଭଜି ତ୍ବେହେରା ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କରି କାର୍ଯ୍ୟ ବନ୍ଦ ରାୟ ଶୁଣାଇଛନ୍ତି। ପୁଣି ପୁନଃ ନିର୍ବାଚନ କରିବା ପାଇଁ ଜିଲ୍ଲା ଓ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ବିଚାରପତି। ଅପରପକ୍ଷେ କନକଲତା ପାଲ୍ ଏହିବିଚାରରେ ସନ୍ତୁଷ୍ଟ ନଥିବା କହିଥିବାବେଳେ ହାଇକୋର୍ଟକୁ ଯାଇ ଲଢ଼ିବା ପାଇଁ କହିଥିଲେ।

Advertisement

Leave a Reply

Your email address will not be published. Required fields are marked *