କୋର୍ଟ ଜମିକୁ ଜବର ଦଖଲ କରିଥିବା ଲୋକଙ୍କ ଘର ଉଚ୍ଛେଦ କଲା ପ୍ରଶାସନ ..
1 min readମୋହନା : ଗଜପତି ଜିଲ୍ଲା ମୋହନ ବ୍ଳକର ସ୍ଥାନୀୟ କୋର୍ଟ ଜମିରେ ଜବର ଦଖଲ କରି ରହିଥିବା କିଛି ପରିବାରକୁ ଉଚ୍ଛେଦ କରିଛି ପ୍ରଶାସନ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ତହସିଲଦାର ଓ ପୋଲିସର ଉପସ୍ଥିତିରେ କୋର୍ଟ ଜମିରେ ଜବର ଦଖଲ କରି ରହିଆସୁଥିବା ୯ ପରିବାରକୁ ଉଚ୍ଛେଦ କରାଯାଇଛି ।
ଉଚ୍ଛେଦ ପାଇଁ ପୂର୍ବରୁ ଜବର ଦଖଲକାରୀଙ୍କୁ ବାରମ୍ବାର ନୋଟିସ ଦିଆଯାଇଥିଲା । ତେବେ ବାରମ୍ବାର ଉକ୍ତ ବ୍ୟକ୍ତି ମାନଙ୍କୁ ଜାଗା ଖାଲିକରିବା ପାଇଁ ତାଗିଦ୍ କରାଯାଇଥିଲେ ମଧ୍ୟ ସେଥିପ୍ରତି କେହି ଗୁରୁତ୍ୱ ଦେଉନଥିଲେ । ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ଗତବର୍ଷ ମଧ୍ୟ ସେପ୍ଟେମ୍ବର ମାସରେ ଜବର ଦଖଲ କରିଥିବା କିଛି ଲୋକଙ୍କୁ ଉଛେଦ କରାଯାଇଥିଲା ।