Pratidin TV

Odisha's Digital News Platform

ବିଦ୍ୟାଳୟ ନଆସି ଏସବୁ କରୁଛନ୍ତି ପ୍ରଧାନ ଶିକ୍ଷକ , ଗ୍ରାମବାସୀ ଆଣିଲେ ସଙ୍ଗୀନ ଅଭିଯୋଗ..

1 min read

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ଗ୍ରାମ ପଞ୍ଚାୟତ ଆଦିବାସୀ ଆଦୁଷିତ ଅଂଚଳ ଭାବେ ପରିଚିତ କ୍ଷ ହଁ ଆଜ୍ଞା ଦିନ ଥିଲା କଟମା ପଂଚାୟତ ମାଓ ପ୍ରବଣ ଅଂଚଳରେ ବେଶ ପରିଚିତ ହେଲେ ପାଜିଗିଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବିକାଶ ବାଧା ଉପୁଜିବାରେ ଲାଗିଛି ଆଦିବାସୀ ପିଲାମାନେ ପାଠ ପଢିବାରେ ଆଗ୍ରହ ଥିବା ବେଳେ ଏଠାରେ ଏହାର ଓଲଟା ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ।

ସରକାର ଶିକ୍ଷାର ବିକାଶର ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପାଜିଗିଡି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ନେଇ ଆସିଛନ୍ତି ଅଞ୍ଚଳ ବାସୀ ।

Advertisement

ପ୍ରଧାନ ଶିକ୍ଷକ ଆଲୋକ ମନ୍ତ୍ରୀ ଯେ କି ଘରେ ନପଶୁଣୁ ମୁଣ୍ଡରେ ଚାଳ ବଜେଇଛନ୍ତି । ତାଙ୍କ ବିରୋଧରେ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରି କିଛି ଲାଭ ନପାଇ ଅତିଷ୍ଟ ହୋଇପଡିଲେଣି ଗ୍ରାମବାସୀ । ଗ୍ରାମବାସୀ ଓ ସ୍କୁଲ କମିଟିର ଅଭିଯୋଗ ପ୍ରକାରେ ପ୍ରଧାନ ଶିକ୍ଷକ ମୋହନାରେ ରହୁଛନ୍ତି ସ୍କୁଲ କୁ ନିୟମିତ ରେ ଆସୁନାହାନ୍ତି , ବିଦ୍ୟାଳୟର ସର୍ବ ଶିକ୍ଷା ଅଭିଯାନ ଟଙ୍କା ହଡପ ,BLO ଡିୟୁଟି ରେ ଅବେହେଳା ,ଛାତ୍ର ଛାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ଏପରିକି ମୁଖ୍ୟ ବିଷୟ ଶିକ୍ଷାଦାନରେ ମଧ୍ୟ ଅବହେଳା ନେଇ ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ।

ବିଦ୍ୟାଳୟର ଏକମାତ୍ର ସାର୍ ଆଲୋକ ନଆସିବାରୁ ପିଲାମାନଙ୍କ ଦୁଷ୍ଟାମୀ ସ୍କୁଲରେ ବଢିଯାଉଛି । ପ୍ରତ୍ୟକଦିନ ୯ ଟାରୁ ଆସି ଛାତ୍ରଛାତ୍ରୀ ମାନେ ସାରଙ୍କୁ ଅପେକ୍ଷା କରିଥିଲେ ମଧ୍ୟ ସାରଙ୍କର ଦେଖାନାହିଁ । ବାଧ୍ୟ ହୋଇ ସ୍କୁଲରର ରୋଷେୟା ସେମାନଙ୍କୁ ଜଗୁଛନ୍ତି ।

Leave a Reply

Your email address will not be published. Required fields are marked *