Pratidin TV

Odisha's Digital News Platform

ମାଲାୟାଲମ ସିନେମା ଜଗତରେ ଉଠିଛି ଝଡ଼ ,AMMA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୋହନଲାଲ..

1 min read

ଅଭିନେତା ମୋହନଲାଲ ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଆଜି, ମଙ୍ଗଳବାର ଅପରାହ୍ନରେ ଅଭିନେତା ତାଙ୍କ ନିଷ୍ପତ୍ତି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏଥିସହ କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ସେମାନଙ୍କ ମିଳିତ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ମୋହନଲାଲଙ୍କ ସମେତ ଆସୋସିଏସନର ପ୍ରାୟ 17 ଜଣ ସଦସ୍ୟ ମଧ୍ୟ ଇସ୍ତଫା ଦେଇଥିବା ବେଳେ ଏବେ ଏହି କମିଟି ଭାଙ୍ଗିଯାଇଛି । ତେବେ ହେମା କମିଟି ରିପୋର୍ଟରେ ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ଘଟଣାର ଖୁଲାସା ହେବା ପରେ ମୋହନଲାଲଙ୍କ ନେତୃତ୍ୱ ସଙ୍ଗଠନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆସୋସିଏସନ ତାଙ୍କ ବୟାନରେ କହିଛି, ”ଆସୋସିଏସନର କିଛି ସଦସ୍ୟଙ୍କ ବିରୋଧରେ କିଛି ଅଭିନେତ୍ରୀଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଏଏମଏମଏ କାର୍ଯ୍ୟନିର୍ବାହୀ କମିଟିକୁ ନୈତିକ ଆଧାରରେ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛି ।

ଦୁଇ ମାସ ମଧ୍ୟରେ ନିର୍ବାଚନ ପରେ ଏକ ନୂତନ କମିଟି ଗଠନ କରାଯିବ ବୋଲି ସଂଘ କହିଛି  । ଦୁଇ ମାସ ମଧ୍ୟରେ ନୂତନ ଶାସକ ଦଳ ବାଛିବା ପାଇଁ ଆସୋସିଏସନର ସାଧାରଣ ବୈଠକ ଡକାଯିବ ବୋଲି ଆସୋସିଏସନ ସୂଚନା ଦେଇଛି। ଆମେ ଆଶା କରୁଛୁ ଯେ ଏକ ନୂଆ ନେତୃତ୍ୱ ସଙ୍ଗଠନର ନବୀକରଣ ଓ ସଙ୍ଗଠନକୁ ଦୃଢ କରିବାରେ ସକ୍ଷମ ହେବ, ତାହା ଖୁବଶୀଘ୍ର କାର୍ଯ୍ୟଭାର ଗ୍ରହଣ କରିବ।” ସୂଚନାନୁଯାୟୀ ବଙ୍ଗଳା ସିନେମାର ଜଣାଶୁଣା ଅଭିନେତ୍ରୀ ଶ୍ରୀଲେଖା ମିତ୍ର ମାଲାୟାଲମ ନିର୍ଦ୍ଦେଶକ ରଣଜିତ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ଦାବି କରିଛନ୍ତି, ରଣଜିତ ଥରେ ତାଙ୍କ ଶୋଇବା ଘରକୁ ଡାକି ତାଙ୍କୁ ଖରାପ ସ୍ପର୍ଶ କରିଥିଲେ। ସେ ଏହାକୁ ଗ୍ରହଣ କରିପାରି ନ ଥିଲେ। ପରେ କ୍ଷମା ମାଗି ସେଠାରୁ ପଳେଇ ଆସିଥିଲେ। ଶ୍ରୀଲେଖା କହିଛନ୍ତି,ଏହି ଘଟଣା ୨୦୦୯ରେ ଘଟିଥିଲା ଯେତେବେଳେ ସେ ପାଲେରୀ ମାଣିକ୍ୟାମ: ଅରୁ ପାଥିରାକୋଲାପଥକାଥିନ୍ତେ କଥାର ଅଡିସନ ପାଇଁ ପହଞ୍ଚିଥିଲେ। ବର୍ତ୍ତମାନ ୧୫ ବର୍ଷ ପରେ, ଶ୍ରୀଲେଖା ସର୍ବସାଧାରଣରେ ସେହି ଘଟଣା ବିଷୟରେ ନୀରବତା ଭାଙ୍ଗିଛନ୍ତି। ଶ୍ରୀମେଲଙ୍କ ଅଭିଯୋଗ ଉପରେ ଫିଲ୍ମ ନିର୍ମାତା ରଣଜିତ୍‌ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

Leave a Reply

Your email address will not be published. Required fields are marked *