Pratidin TV

Odisha's Digital News Platform

ଆସିଲାନି ମହାପ୍ରୟାଣ ; ଶବକୁ ୮ କିଲୋମିଟର କାନ୍ଧରେ ବୋହିଲା ପରିବାର ….

1 min read

ନବରଙ୍ଗପୁର ; ଦୀର୍ଘ ୮ କିଲୋମିଟର ଶବକୁ କାନ୍ଧରେ ବୋହିନେଲେ ପରିବାର ଲୋକେ ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ ।

ଜନସାଧାରଣଙ୍କ ସୁବିଧା ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି ହେଲେ ନବରଙ୍ଗପୁରରେ ତାହା ଫେଲ୍ ମାରୁଥିବାର ନଜରକୁ ଆସିଛି । ଚିକିତ୍ସାଳୟରେ କିମ୍ବା ଅନ୍ୟ କେଉଁ ସ୍ଥାନରେ ମୃତ୍ୟୁ ହେଲେ ଶବକୁ ଘର ଯାଏଁ ଆଣିବାକୁ ମହାପ୍ରୟାଣ ଗାଡିର ବ୍ୟବସ୍ଥା ରହିଛି । କିନ୍ତୁ ଆଜି ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବିପରୀତ ଦୃଶ୍ୟ ।

Advertisement

ସୂଚନା ଅନୁଯାୟୀ କିଛିଦିନତଳେ ସରଧାପୁର ଗାଁର ଅର୍ଜୁନ ମାଝୀ ଙ୍କ ସ୍ତ୍ରୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଦୁଭାଗ୍ୟ ବସତଃ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ପରିବାର ଲୋକେ ଶବ ବାହକ ଗାଡ଼ିକୁ ଯୋଗାଯୋଗ କରିଥିବା ସ୍ୱତେ ଦୀର୍ଘ ୩ ଘଣ୍ଟା ପରେ ମଧ୍ୟ କୌଣସି ଗାଡ଼ି ଆସିନଥିବାଲା । ବାଧ୍ୟହୋଇ ଅର୍ଥଅଭାବରୁ ପରିବାର ଲୋକେ ଶବକୁ କାନ୍ଧରେ ବୋହି ଦୀର୍ଘ ୮ କିଲୋମିଟର ସରଧାପୁର ଗାଁକୁ ନେଇଥିଲେ । ଚାଉଁ ଚାଉଁ ଖରାରେ ଶବକୁ ଅତି କଷ୍ଟରେ ପରିବାରର ସଦସ୍ୟ ବୋହିନେଉଥିବାର ଦୃଶ୍ୟ ଯିଏବି ଦେଖିବ ତା ଆଖିରେ ଲୁହ ଆସିଯିବ । ଯଦି ମହାପ୍ରୟାଣ ଗାଡି ଏଭଳି ଲୋକଙ୍କ କାମରେ ଲାଗିପାରିବ ନାହିଁ ତେବେ କଣ ପାଇଁ ଏସବୁ ବ୍ୟବସ୍ଥା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ଓ ମୃତକଙ୍କ ପରିବାର ।

Leave a Reply

Your email address will not be published. Required fields are marked *