Pratidin TV

Odisha's Digital News Platform

ଶବ ଛାଡି ଫେରୁଥିଲା ; ଭାରସାମ୍ୟ ହରାଇ ନଦୀକୁ ପଶିଲା ମହାପ୍ରୟାଣ ଗାଡି …

ଫୁଲବାଣୀ ; କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତେଲିମୁଣ୍ଡା ଛକ ନିକଟରେ ଥିବା ଏକ ନାଳ ଭିତରେ ଏକ ମହାପ୍ରୟାଣ ଗାଡି ପଡି ଯାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଗାଡିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଶୁକ୍ରବାର ସକାଳୁ ଏହି ମହାପ୍ରୟାଣ ଗାଡିଟି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ଏକ ଶବ ନେଇ ବାଲିଗୁଡା ବ୍ଲକ ର ବାଟଗୁଡା ଗାଁ କୁ ଯାଇଥିଲା ସେଠାରେ ଶବ ଛାଡି ଫେରିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଗାଡିଟି ଭରସାମ୍ୟ ହରାଇ ପୋଲ ଭିତରକୁ ପଶିଯାଇ ପାଣିରେ ବୁଡିବାକୁ ଲାଗିଥିଲା । ଠିକ୍ ଏହି ସମୟରେ ରାସ୍ତାରେ ଯାଉଥିବା ରତଙ୍ଗ ପଂଚାୟତ ପୋଡ଼ପଡା ଗାଁ ର ସୁବାସ ମୁଖି ନାମକ ଜଣେ ବ୍ୟକ୍ତି ଘଟଣାକୁ ଦେଖି ତୁରନ୍ତ ପାଣିକୁ ଡେଇଁଛ ଭାସୁଥିବା ଗାଡ଼ିରୁ ଡ୍ରାଇଭର କୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଅଣାଯାଇଥିଲା ।

ତେବେ ଗାଡିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଗାଡିର ଡ୍ରାଇଭର ଜଣକ ଅତ୍ୟଧିକ ମଦ୍ୟପାନ କରିଥିବା ରୁ ଗାଡିଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିବା ପ୍ରତକ୍ଷଦର୍ଶୀ ମତ ଦେଇଥିବା ବେଳେ ଗୁରୁତର ଆହତ ହୋଇଥିବା ଡ୍ରାଇଭର ଜଣକ ଜିତେନ୍ଦ୍ର ମହାନ୍ତି ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *