Pratidin TV

Odisha's Digital News Platform

ପିଆଜ ଚାଷୀଙ୍କ ଘୋର ଦୁର୍ଦ୍ଦଶା: ମଣ୍ଡିରେ ୫ କ୍ୱିଣ୍ଟାଲ ପିଆଜ ବିକ୍ରିରେ ମିଳିଲା ମାତ୍ର ୨ ଟଙ୍କା !

1 min read

ମହାରାଷ୍ଟ୍ର : ନିକଟରେ ଏକଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦେଶର ଖାଦ୍ୟଭାର ବା ଦେଶକୁ ଅନ୍ନ ଯୋଗାଉଥିବା ଚାଷୀ ଯେ ଏଭଳି ଦୁର୍ଦ୍ଦଶା ଦେଖିପାରେ ତାହାସାରା ଭାରତରେ ଏବେ ଚହଳ ପଡିଛି । ଓଡିଶାରେ ପନିପରିବାଗୁଡିକର ଅଭାବୀ ବିକ୍ରି ପରେ ବର୍ତ୍ତମାନ ମହାରାଷ୍ଟ୍ରରେ ପିଆଜ ଚାଷୀଙ୍କର ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷୀ ସୁନାର ଫସଲ ଫଳାଉଛି କିନ୍ତୁ ଶେଷରେ ତାକୁ ମିଳୁଛି କଣ ।ଲାଭରେ ମାତ୍ର ୨ ଟଙ୍କା । କଣ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିକି । କିନ୍ତୁ ବାସ୍ତବରେ ଏଭଳି କିଛି ଘଟିଛି ସୋଲାପୁର ଜିଲ୍ଲା ବାର୍ସି ତାଲୁକର ବୋରଗାଓଁ ଗାଁର ୫୮ ବର୍ଷିୟ କୃଷକଙ୍କ ସହ ।

Advertisement

କୃଷକ ରାଜେନ୍ଦ୍ର ତୁକାରାମ ଚାଭନ ଅମଳ କରିଥିବା ୫ଶହ ୧୨ କେଜି ପିଆଜ ଅର୍ଥାତ୍ ୫ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପିଆଜକୁ ବିକ୍ରି କରିବାକୁ ସୋଲାପୁର ଏପିଏମସିକୁ ଯାଇଥିଲେ । ତାଙ୍କ ଘର ପାଖରୁ ଯାହାର ଦୂରତା ୭୦ କିଲୋମିଟର ଥିଲା । ଅମଳ କରିଥିବା ପିଆଜ ୫୧୨ କେଜି ଥିବାବେଳେ ସେଠାରେ ପିଆଜ କିଲୋ ପିଛା ମାତ୍ର ୧ ଟଙ୍କାରେ ବିକ୍ରି ହୋଇଥିଲା । କାରଣ ମହାରାଷ୍ଟ୍ର ମଣ୍ଡିରେ ପିଅଜ କେଜି ପିଛା ୧ ଟଙ୍କାରେ ନେଉଥିଲେ ମିଲର । ଫଳରେ ତାଙ୍କୁ ୫ ଶହ ୧୨ କେଜି ପିଆଜ ପିଛା , ୫୧୨ ଟଙ୍କା ମିଳିଥିଲା । ହେଲେ ଗାଡ଼ି ଖର୍ଚ୍ଚ ବାବଦକୁ ୫ଶହ ୧୦ ଟଙ୍କା ଯିବା ପରେ ଚାଷୀଙ୍କୁ ପାରିଶ୍ରମିକ ମିଳିଲା ମାତ୍ର ୨ଟଙ୍କା । ଆର୍ଥାତ୍ ଅମଳରେ ଖର୍ଚ୍ଚ କରାଯାଇଥିବା ଟଙ୍କା ଭରଣା ହୋଇପାରିଲାନାହିଁ । ତାହାପୁଣି ଚେକ୍ ମାଧ୍ୟମରେ ତାଙ୍କୁ ଦିଆଯାଇଥିଲା । ଯାହା ୧୫ ଦିନ ପରେ ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କୁହାଯାଇଥିଲା ।

ଚାଷୀଙ୍କର ଏଭଳି ଦୁର୍ଦ୍ଦଶାକୁ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି । ନିଜର ତୁଣ୍ଡର ଝାଳକୁ ମୁଣ୍ଡରେ ମାରି ଚାଷୀ ନିଜ କ୍ଷେତରେ ଫସଲ ଫଳାଉଛି କିନ୍ତୁ ଲାଭ ମାତ୍ର ୨ ଟଙ୍କା । ଅନ୍ୟପଟେ ବଜାର ଗୁଡିକରେ ପିଆଜ କିଲୋପିଛା ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ , ଚାଷୀ କିନ୍ତୁ କିଲୋପିଛା ୧ ଟଙ୍କା ପାଇଛି । ଯାହା ଗାଡି ଭଡା ଦେବାରେ ସେ ଟଙ୍କା ବି ପଳାଇଛି ।ଲାଭତ ଦୂରର କଥା କୃଷକ ରାଜେନ୍ଦ୍ରକୁ ମୂଳ ଟଙ୍କାବି ମିଳିନାହିଁ ।

Leave a Reply

Your email address will not be published. Required fields are marked *