Pratidin TV

Odisha's Digital News Platform

ଭାରତକୁ ବଡ ଆକ୍ରମଣର ପୂର୍ବାନୁମାନ : ସମୁଦ୍ରରୁ ମିଳିଲା ଏକ ସନ୍ଦେହ ଜନକ ଡଙ୍ଗା

1 min read

ନୂଆଦିଲ୍ଲୀ :ପୁଣି ହୋଇପାରେ ୨୬ ନଭେମ୍ବର ପରି ଆଉ ଏକ ଆତଙ୍କବାଦୀ ଆକ୍ରମଣ । ଆଜି ସକାଳ ସମୟରେ ମହାରାଷ୍ଟ୍ରର ରାୟଗଡା ଜିଲ୍ଲାର ହରିହରେଶ୍ୱର ସମୁଦ୍ର କୂଳରେ ଏକ ବୋଟ୍ ବା ଡଙ୍ଗା ଭାସମାନ ଅବସ୍ଥାରେ ଲାଗିଥିଲା । ସ୍ଥାନୀୟ ଲୋକେ ଡଙ୍ଗାଟିକୁ କୂଳକୁ ଟାଣି ଆଣିବା ପରେ ସେଥିରେ କେହି ଲୋକନଥିବା ବେଳେ ,କିଛି ବନ୍ଧୁକ ଓ ମାରାଣାସ୍ତ୍ର ଦେଖି ଡରିଯାଇଥିଲେ । ଏହାପରେ ସେମାନେ ପୋଲିସ୍ କୁ ସୂଚନା ଦେଇଥିଲେ । ସୂଚନା ପାଇ ରାୟଗଡା ଏସପି ଓ କିଛି ସହକର୍ମୀ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲେ ।


ଡଙ୍ଗାଟିକୁ ଯାଞ୍ଚ କରିବା ପରେ ତାହା ଏକ ଅଷ୍ଟ୍ରେଲିୟନ ଡଙ୍ଗା ଓ ସେଥିରେ କିଛି ବମ୍ ସହ ଏକେ-୪୭ ବନ୍ଧୁକ ଏବଂ ଅନେକ ମାରଣାଅସ୍ତ୍ର ମଧ୍ୟ ମିଳିଛି । ଏନେଇ ରାୟଗଡା ପୋଲିସ୍ ଡଙ୍ଗା ସହ ସମସ୍ତ ଜିନିଷକୁ ନିଜ କବ୍ଚା ରେ ନେଇ ତଦନ୍ତ ଆରମ୍ଭ କରିଦେଇଛି । ଏହା ପରେ ଡଙ୍ଗା ମିଳିଥିବା ସ୍ଥାନର ଆଖ ପାଖ ଅଞ୍ଚଳଗୁଡିକରେ ମଧ୍ୟ ପୋଲିସ୍ ଆଲର୍ଟ ଜାରିକରିଦେଇଛି ।


ତେବେ ଏନେଇ ମହାରାଷ୍ଟ୍ର ପୋଲିସ ହାଇ ଆଲର୍ଟ ସହ ଘଟଣାର ଜୋର ସୋର ତଦନ୍ତ ଚଳେଇଛି । କାରଣ ଏହିଭଳି ଭାବରେ ମହାରାଷ୍ଟ୍ର ଉପରେ ୨୦୦୮ମସିହା ନଭମ୍ବେର ୨୬ ରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେ ସମୟରେ ପାକିସ୍ଥାନର ଲସ୍କରରୁ ପ୍ରାୟ ୧୦ ଜଣ ଆତଙ୍କବାଦୀ ସମୁଦ୍ର ବାଟ ଦେଇ ଭାରତକୁ ଆସିଥିଲେ । ଏହାପରେ ସେମାନେ ମହାରାଷ୍ଟ୍ରର ଅନେକ ସ୍ଥାନରେ ବମ୍ ବ୍ଲାଷ୍ଟ କରିବା ସହ ,ହସ୍ପିଟାଲ୍ ,ହୋଟେଲ୍ ଏବଂ ରେଳଷ୍ଟେସନ ଇତ୍ୟଦି ଜାଗାରେ ମଧ୍ୟ ନିଜ ଆତଙ୍କ ଦେଖାଇଥିଲେ ।ଯେଉଁଥିରେ ପ୍ରାୟ ୧୬୦ ଜଣ ଲୋକ ପ୍ରାଣ ହରାଇଥିଲେ ।

Leave a Reply

Your email address will not be published. Required fields are marked *