Pratidin TV

Odisha's Digital News Platform

ଶଙ୍ଖ ଧରିଲେ କଂଗ୍ରେସର ବଡ ନେତା ବାପି ସର୍ଖେଲଙ୍କ ପତ୍ନୀ ..

1 min read

ନିର୍ବାଚନ ପୂର୍ବରୁ ସ୍ୱାମୀ ସ୍ତ୍ରୀ ହେଲେ ବିରୋଧୀ । ସ୍ୱାମୀ କଂଗ୍ରେସ ନେତା ଏବଂ କଂଗ୍ରେସ ଜଣେ ଟାଣୁଆ ନେତା ଭାବରେ ବେସ୍ ଜଣାଶୁଣା । ହେଲେ ସ୍ତ୍ରୀ ସ୍ୱାମୀଙ୍କୁ ସମର୍ଥନ କରିବା ବଦଳରେ ଶଙ୍ଖ ଧରିଛନ୍ତି । କଂଗ୍ରେସ ନେତା ବାପି ସର୍ଖେଲଙ୍କ ସ୍ତ୍ରୀ ମନି ଦୀପା ସର୍ଖେଲ ଏବେ ବିଜେଡିରେ ମିଶିଛନ୍ତି । ଜଗତସିଂହପୁର ର ଟାଣୁଆ ନେତା ତଥା କଂଗ୍ରେସ ବିଧାୟକ ବାପି ସର୍ଖେଲଙ୍କ ପତ୍ନୀ ଏବେ ବିଜେଡି ଶିବିରରେ । ରବିବାର ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରରେ ଯୋଗ ଦେଇଛନ୍ତି ମନିଦୀପା । ତେବେ ତାଙ୍କ ସହ ପୌର ପରିଷଦରେ ଥିବା ‘ଆମ ପାରାଦ୍ୱୀପ ଆମ ପ୍ରଗତି’ର ୯ଜଣ ପାରିଷଦ ଓ ପୌର ଉପାଧ୍ୟକ୍ଷା ମଧ୍ୟ ଶଙ୍ଖ ଧରିଛନ୍ତି । ତେବେ ତାଙ୍କୁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ , ପ୍ରଣବ ପ୍ରକାଶ ଦାସଙ୍କ ତରପରୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜେଡି ରେ ମିଶିଛନ୍ତି ବାପି ସର୍ଖେଲଙ୍କ ପତ୍ନୀ ।

ତେବେ ଶ୍ରମିକ ନେତା ବାପି କଂଗ୍ରେସ ଦଳରୁ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ । ୫୦ହଜାରରୁ ଅଧିକ ଭୋଟ ପାଇଥିବା ବାପି ନିର୍ବାଚନରେ ପରାଜିତ ହେବାପରେ କଂଗ୍ରେସ ଠାରୁ ଦୂରେଇ ଯାଇଥିଲେ । ବିଗତ ପୌର ନିର୍ବାଚନରେ ସେ ‘ଆମ ପାରାଦ୍ୱୀପ ଆମ ପ୍ରଗତି ‘ ନାମରେ ନୂଆ ସଙ୍ଗଠନ ଗଠନ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ । ଏହି ସଙ୍ଗଠନ ବିଜେଡ଼ି ଓ ବିଜେପିକୁ ପଛରେ ପକାଇ ୧୯ଟି ପାରିଷଦ ଆସନ ମଧ୍ୟରୁ ୯ଟି ଆସନ ହାତେଇଥିଲା ।ଏମିତିକି ତାଙ୍କ ସଙ୍ଗଠନ ପୌର ଉପାଧ୍ୟକ୍ଷ ପଦ ବି ପାଇଥିଲା । ଦୀର୍ଘଦିନର ନୀରବତା ପରେ ରାଜନୈତିକ ମୈଦାନକୁ ତାଙ୍କ ପତ୍ନୀ ଦୀପା ସର୍ଖେଲ ଗୋଡ଼ କାଢିଛନ୍ତି । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ମନି ଦୀପା ବିଜେଡିରେ ଯୋଗ ଦେବା ପରେ ପାରଦ୍ୱୀପରୁ ପାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାପି ସର୍ଖେଲ କଂଗ୍ରେସରେ ରହିଛନ୍ତି । ନିର୍ବାଚନୀ ମଇଦାନରେ କଣ ରହିବ ବାପିଙ୍କ ଗତି ତାହା ଏବେ ବେଶ ଚର୍ଚ୍ଚାରେ ବିଷୟ ପାଲଟିଛି।

Advertisement

Leave a Reply

Your email address will not be published. Required fields are marked *