Pratidin TV

Odisha's Digital News Platform

ମୋନିଦୀପା ସର୍ଖେଲଙ୍କୁ ବିଜେଡି ଦେଲା ବଡ଼ ଦାୟିତ୍ୱ ..

ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ହୋଇଛନ୍ତି ମୋନିଦୀପା । ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କଂଗ୍ରେସର ପୂର୍ବତନ ନେତା ବାପି ସର୍ଖେଲଙ୍କ ପତ୍ନୀ ହେଉଛନ୍ତି ମୋନିଦୀପା ସର୍ଖେଲ । ଗତ ମାର୍ଚ୍ଚ ୧୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ମୋନିଦୀପା ସର୍ଖେଲଙ୍କୁ ଦାୟିତ୍ଵ ଦେଇଛି ବିଜେଡି । ସେପଟେ ଶ୍ରମିକ ନେତା ବାପି ସର୍ଖେଲ ପାରାଦୀପ ଅଞ୍ଚଳରେ ଜଣେ ଦୃଢ଼ ସଂଗଠକ । ବାପି ଜଗତସିଂହପୁର ଜିଲ୍ଲା କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ବାପି ପୂର୍ବରୁ ପାରାଦ୍ବୀପରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ।

ଗତ ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ।ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ବିପକ୍ଷରେ ୨୦୯୯୨ ଭୋଟ ବ୍ୟବଧାନରେ ହାରିଥିଲେ ବାପି । ସେପଟେ ପାରାଦୀପର ପାଇଁ ପାର୍ଥୀ ଘୋଷଣା ହୋଇନଥିବା ବେଳେ ସେଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେବା ପରେ ପାରାଦୀପର ରାଜନୀତିରେ ଉଷ୍ମତା ସୃଷ୍ଟି ହୋଇଛି । ସେପଟେ ବିଜେଡି ବାପିଙ୍କ ପତ୍ନୀଙ୍କୁ ନୂଆ ଦାୟିତ୍ୱ ଦେଇଥିବା ବେଳେ ବାପିଙ୍କ ଗତି କେଉଁ ଆଡେ ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *