Pratidin TV

Odisha's Digital News Platform

ବିଜେପି କାର୍ଯ୍ୟଳୟରେ ଚାକିରି ପାଇଲା ମାଙ୍କଡ , ଦରମା ଜାଣିଲେ ଉଡିଯିବ ଆପଣଙ୍କ ହୋସ୍ ..

1 min read

ବିଜେପି କାର୍ଯ୍ୟାଳୟରେ ମିଳିଗଲା ମାଙ୍କଡକୁ ଚାକିରି । ମାସକୁ ମାସ ମିଳିବ ମୋଟା ଅଙ୍କର ଦରମା । ଏହା ଆପଣଙ୍କୁ ଅଜବ ଲାଗୁଥାଇପାରେ । ଆପଣଭାବୁଥିବେ କଣ ପଶାମାନଙ୍କୁ ଚାକିରି ମିଳିଲାଣି । ହେଲେ ଏହା ବିଶ୍ୱାସ ନହେଲେ ବି ସମ୍ପୂର୍ଣ୍ଣ ସତ । ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ବିଜେପି କାର୍ଯ୍ୟାଳୟରେ ମାଙ୍କଡକୁ ନିଯୁକ୍ତି ଦିଆଯାଇଛି । ଏହି ମାଙ୍କଡର ନାମ ହେଉଛି ମଙ୍ଗଲ । ମଙ୍ଗଲ ନାମକ ଏହି ମାଙ୍କଡ ନିଜର ପ୍ରକୃତି ଏବଂ ତୀକ୍ଷ୍ଣ ଦୃଷ୍ଟିଶକ୍ତି ପାଇଁ ବେଶ୍ ଜଣାଶୁଣା । ଏହି ମାଙ୍କଡକୁ ହରିୟାଣାରୁ ଡକାଯାଇଛି । ମଙ୍ଗଲଙ୍କୁ ବିଜେପି କାର୍ଯ୍ୟାଳୟରେ ମାଙ୍କଡ ଆତଙ୍କରୁ ରକ୍ଷା କରିବାର ଦାୟିତ୍ । ଦିଆଯାଇଛି । ମଙ୍ଗଳର ବିଶେଷ୍ୱତ ଏହା ଯେ ସେ ତା ମାଲିକଙ୍କ ନିର୍ଦ୍ଦେଶରେ କାମ କରନ୍ତି । ବସ୍ତି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ସାଂସଦ ଓ ପ୍ରାର୍ଥୀ ହରିଶ ଦ୍ୱିବେଦୀ ମାଲବୀୟ ରୋଡରେ ଅରବିନ୍ଦ ପାଲଙ୍କ କ୍ୟାମ୍ପସରେ ନିର୍ବାଚନ କାର୍ଯ୍ୟାଳୟ ଖୋଲିଛନ୍ତି ।

ଏହି କାର୍ଯ୍ୟାଳୟରେ ଭାଜପା ନେତାଙ୍କ ଯିବା ଆସିବା ଲାଗିଥାଏ । କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଭୋଜନର ବି ବ୍ୟବସ୍ଥା କରାଯାଇଥାଏ । ଏହି ସମୟରେ ପାତି ମାଙ୍କଡ଼ଙ୍କ କାର୍ଯ୍ୟାଳୟ ପରିସରରେ ଉତପାତ ଆରମ୍ଭ ହୋଇଯାଇଥାଏ । ଦିନକୁ ଦିନ ମାଙ୍କଡ଼ଙ୍କ ଆତଙ୍କ ହେତୁ ଲୋକ ବିଜେପି କାର୍ଯ୍ୟାଳୟକୁ ଆସିବା ବନ୍ଦ କରି ଦେଇଥିଲେ । ଏଭଳି ପରିସ୍ଥିତିରେ କେହି ଜଣେ ମଙ୍ଗଲ ମାଙ୍କଡ଼ ବିଷୟରେ ବିଜେପି ନେତାଙ୍କୁ ସୂଚନା ଦେଇଥିଲେ । ଏହାପରେ ହରିୟାଣାରୁ ମଙ୍ଗଲକୁ ସ୍ୱତନ୍ତ୍ର ଭାବେ ଡକାଯାଇ କାର୍ଯ୍ୟାଳୟର ସୁରକ୍ଷା ଦାୟିତ୍ୱରେ ତାକୁ ନିୟୋଜିତ କରାଯାଇଛି । ଏଥିପାଇଁ ମାଙ୍କଡକୁ ପ୍ରତିଦିନ ୧୦୦୦ ଟଙ୍କା ଦିଆଯାଉଛି । ଅର୍ଥାତ ମାସକୁ ୩୦ ହଜାର ଟଙ୍କା ଦରମା ନେଉଛି ମଙ୍ଗଲ । ଲଙ୍ଗଲ ଆସିବା ପରେ ଏବେ ମାଙ୍କଡ ମାନଙ୍କ ଉତ୍ପାତ୍ତ କମିଛି । ନିର୍ବାଚନ ସରିବା ପ ର୍ଯ୍ୟନ୍ତ ମଙ୍ଗଲ ଏହି କାମ କରିବ ଏହାପରେ ପୁଣି ସେ ହରିୟାଣା ଚାଲିଯିବ । ଏହା ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିରରେ ମାଙ୍କଡ ତଡିବା କାର୍ଯ୍ୟ କରୁଥିଲା ମଙ୍ଗଲ । ସେଠାରେ ତାକୁ ୧୦୦୦୦ ଟଙ୍କା ଦିଆଯାଉଥିଲା । ମଙ୍ଗଲ ର ମାଲିକ କହିଛନ୍ତି ଗତ ପାଞ୍ଚ ବର୍ଷ ଧରି ତାସହିତ ରହିଛନ୍ତି । ମଙ୍ଗଲ ହେଉଛି ତାଙ୍କ ଜୀବନ । ସେ ଯେଉଁଆଡେ ଯାଆନ୍ତି ପୁରା ପରିବାରକୁ ନେଇକି ଯାଆନ୍ତି ଯାହାଦ୍ୱାରା ମଙ୍ଗଲ ର ଯତ୍ନ ନେଇପାରିବେ ।

Advertisement

Leave a Reply

Your email address will not be published. Required fields are marked *