ହନୁ ଶୁଣୁଚି ରାମଚରିତ ମାନସ ..
1 min readଭଗବାନ ଯେଉଁଠି ଭକ୍ତ ବି ସେଇଠି । ବିଶ୍ୱାସ ରହିଛି ରାମଙ୍କ ଗାଥା ଯେଉଁଠି ବି ଶୁଣାଯାଏ ସେଇଠି ପ୍ରକଟ ହୁଅନ୍ତି ହନୁମାନ । ତ୍ରେତୟା ରାମଙ୍କର ପରମ ଭକ୍ତ ଥିଲେ ହନୁମାନ ପାଦେ ପାଦେ ସାଥିରେ ରହୁଥିଲେ ସେହିପରି କଳି ଯୁଗରେ ମଧ୍ୟ ଦେଖିବାକୁ ମିଳିଛି ସେହି ପବିତ୍ର ଓ ଅଲୌକିକ ଦୃଶ୍ୟ ।
୧୦ ଦିନ ହେଲାଣି ରାମଚରିତ ମାନସ ଶୁଣିବାକୁ ଗୋଟେ ମାଙ୍କଡ ଆସୁଛି । ପାଟି ପାକୁ ପାକୁ କରି ରାମଚରିତ ଗୁଣ ଗୁଣ କରୁଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି କଟକ ଚୌଧୁରୀ ବଜାର ସ୍ଥିତି ମାରୁତି ମଣ୍ଡପ । ଏଠାରେ ଦଶ ଦିନ ହେବ ପ୍ରଭୁ ଶ୍ରୀରାମ, ସୀତା ଏବଂ ହନୁମାନଙ୍କ ମୂର୍ତ୍ତି ରଖି ରାମଚରିତ ମାନସ କରିବା ସହ ରାମାୟଣ ମଧ୍ୟ ହେଉଛି । ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ୧୦ ଦିନ ହେବ ଗୋଟିଏ ମାଙ୍କଡ ଆସି ସେଠାରେ ବସି ରାମାୟଣ ଶୁଣୁଛି । ଦୁଇ ହାତକୁ ଯୋଡି ପ୍ରଭୁ ଶ୍ରୀ ରାମଙ୍କୁ ଅନେଇ ରହୁଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି । ଅନ୍ୟପଟେ ଏ ମାଙ୍କଡ ନୁହଁ ସ୍ୱୟଂ ପ୍ରଭୁ ହନୁମାନ ନିଜେ ଆସି ପ୍ରଭୁଙ୍କର ଏହି ପୂଜାରେ ନିଜକୁ ସାମିଲ କରୁଛନ୍ତି ବୋଲି ଲୋକମାନଙ୍କ ଭିତରେ ଆଲୋଚନା ହେଉଛି । ଏ ମାଙ୍କଡ଼ କାହାର କିଛି କ୍ଷତି କରୁ ନାହିଁ । ଚୁପ୍ ଚାପ୍ ଆସି ପ୍ରଭୁଙ୍କର ରାମଚରିତ ମାନସ ଶୁଣେ ଏବଂ ପରେ ପ୍ରସାଦ ସେବନ କରି ପୁଣି ସେ ଗଛକୁ ଚାଲିଯାଏ ବୋଲି କହିଛନ୍ତି ସ୍ଥାନୀୟ ଲୋକେ