ମଙ୍କି ପକ୍ସ ସଂକ୍ରମଣ; ଡାକ୍ତରଖାନା, ବିମାନ ବନ୍ଦରକୁ ଜାରି ହେଲା ଆଲର୍ଟ
1 min readମଙ୍କିପକ୍ସ ମୁକାବିଲା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ମଙ୍କିପକ୍ସକୁ ଏକ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରାଯିବା ପରେ ସରକାର ଏମ୍ପକ୍ସର ମୁକାବିଲା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଇମର୍ଜେନ୍ସି ୱାର୍ଡ ଗୁଡ଼ିକ ପ୍ରସ୍ତୁତ ରଖିବା ସହ ବିମାନବନ୍ଦର ଗୁଡ଼ିକରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାପାଇଁ କୁହାଯାଇଛି। ହସ୍ପିଟାଲ୍ ଗୁଡ଼ିକୁ ଆସୁଥିବା ରୋଗୀଙ୍କ ଶରୀରରେ ଯଦି ଲାଲ୍ ଚିହ୍ନ ହୋଇଥାଏ ତେବେ ସେମାନଙ୍କୁ ପୃଥକ୍ ୱାର୍ଡରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଆଗୁଆ ପଦକ୍ଷେପ ଗ୍ରହଣ କରିବାପାଇଁ ବିମାନବନ୍ଦର ଗୁଡ଼ିକୁ ସତର୍କ କରାଯାଇଛି।
ମଙ୍କିପକ୍ସ ଭୂତାଣୁ ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଲାଗି ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ଏମପକ୍ସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦିଲ୍ଲୀର ତିନିଟି ଡାକ୍ତରଖାନାକୁ ନୋଡାଲ ହସ୍ପିଟାଲ ଭାବେ ଚିହ୍ନଟ କରାଯାଇଛି। ଏହି ଡାକ୍ତରଖାନା ଗୁଡିକ ହେଲା ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଓ ରାମ ମନୋହର ଲୋହିଆ ହସ୍ପିଟାଲ। ସେହିପରି ବିମାନବନ୍ଦରଗୁଡିକରେ ସନ୍ଦିଗ୍ଧଙ୍କ ଆରଟି-ପିସିଆର ଓ ସ୍ବାବ ନମୁନା ପରୀକ୍ଷା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି। ଏହା ସହିତ ବିମାନବନ୍ଦରଗୁଡିକୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ମଙ୍କି ପକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ବିମାନବନ୍ଦର ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି । ହସ୍ପିଟାଲ ଗୁଡ଼ିକୁ ଜରୁରୀକାଳୀନ ୱାର୍ଡ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିବା ଜଣାପଡ଼ିଛି । ବିମାନବନ୍ଦର ଗୁଡ଼ିକୁ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।